ଶିକ୍ଷକ ଉପସ୍ଥିତ ନଥାଇ ଉପସ୍ଥିତ ଥିବା ଦର୍ଶାଉଛନ୍ତି ପ୍ରଧାନ ଶିକ୍ଷକ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲାରେ କରୋନା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତରେ ଲକଡାଉନ ଘୋଷଣା କରିବା ସହ ବିଦ୍ୟାଳୟ ଗୁଡ଼ିକ ବନ୍ଦ ପାଇଁ ନିର୍ଦେଶ ଦେଇଥିଲେ | କିନ୍ତୁ ବିଦ୍ୟାଳୟରେ ଶିକ୍ଷକ ମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଥିଲା | ଏହି ନିର୍ଦେଶକୁ ନ ମାନି କେତେକ ଶିକ୍ଷକ କୋଭିଡ କାର୍ଯ୍ୟରେ ବ୍ୟସ୍ଥ ଥିବା ବାହାନା କରି ଘରେ ରହୁଥିଲେ ଏବଂ ପ୍ରତି ମାସରେ ପୁରା ଦରମା ପାଉଥିଲେ | ପ୍ରଧାନ ଶିକ୍ଷକ ସବୁ ଜାଣି ଶୁଣି କାଗଜ କଲମରେ ଉପସ୍ଥିତ ହୋଇନଥିବା ଶିକ୍ଷକ ମାନଙ୍କର ନାମ ଦେଖିବା ପରେ ଏହିପରି ଅଭିଯୋଗ ହୋଇଛି | ମୋହନାର ଏ ହେଉଛି ବୋହୁ ପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟ | ଏଠି ବହୁ ଛାତ୍ର ଛାତ୍ରୀ ପାଠ ପଡ଼ି ସରକାରୀ ବେସରକାରୀ ଅନୁଷ୍ଠାନ ରେ କାର୍ଯ୍ୟ କରୁଛନ୍ତି | ଏପରିକି ଏଠି ଦଶମ ଶ୍ରେଣୀର ଅନେକ ଛାତ୍ର ଛାତ୍ରୀ ଭଲ ନମ୍ବର ରଖି ପାସ କରିଛନ୍ତି | କିନ୍ତୁ ଏହି ବର୍ଷ ଶିକ୍ଷା ବ୍ୟବସ୍ତା ପୁରା ଭୁଲିଗଲେ ପ୍ରଧାନ ଶିକ୍ଷକ ଯାହା ଫଳରେ ୧୦୬ ପିଲା ପରୀକ୍ଷା ଦେଇଥିବାବେଳେ ଫେଲ ହୋଇଛନ୍ତି ୨୪ ଜଣ ସେଥିରେ ହଷ୍ଟେଲର ୪ ଜଣ ପିଲା ରହିଛନ୍ତି | ଏହି ବର୍ଷ ବହୁତ ଖରାପ ରେଜଲ୍ଟ ହୋଇଥିବାରୁ ସେହି ଅଞ୍ଚଳର ଲୋକମାନେ ପ୍ରଧାନ ଶିକ୍ଷକଙ୍କୁ ନିନ୍ଦା କରିଛନ୍ତି | ସେହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ମୋଟ ୪୫୦ ରୁ ଉର୍ଦ୍ଧ ପିଲା ପଡୁଥିବା ବେଳେ ଶିକ୍ଷଙ୍କ ସଂଖ୍ୟା ରହିଛି ୧୫ ସେଥି ମଧ୍ୟରୁ ଓଡ଼ିଆ ଭାଷା ପଢାଉଥିବା ଶିକ୍ଷକ ସମ୍ପୂର୍ଣ୍ଣ ତିନିମାସ ଆସିନଥିଲେ ଏମିତିରେ ଭି ସେ ମାସକୁ ଦୁଇଥର ବିଦ୍ୟାଳୟକୁ ଆସନ୍ତି ବୋଲି ଶୁଣିବାକୁ ମିଳିଛି | ଶିକ୍ଷକ ମାନେ ବିଦ୍ୟାଳୟରେ ଅନୁପସ୍ଥିତ ଥାଇ ମଧ୍ୟ ପ୍ରଧାନ ଶିକ୍ଷକ ଜରିଆରେ ଅନ୍ୟ ଶିକ୍ଷକ ମାନେ ସରକାର ତରଫରୁ ପ୍ରତ୍ୟକ ମାସରେ ସେମାନଙ୍କର ସମ୍ପୂର୍ଣ୍ଣ ଦରମା ପାଇଯାଉଥିଲେ | ଅନ୍ୟ ପଟେ କିଛି ଜାଗାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କରୋନା ପାଇଁ ନିଜ ଘରକୁ ନ ଯାଇ ପ୍ରବାସୀ ଓଡ଼ିଆଙ୍କ ସେବା କରିଥିଲେ | କିଛି ଶିକ୍ଷକ ଶିକ୍ଷୟିତ୍ରୀ ଗାଁ ବୁଲି ସଚେତନ କରିଥିଲେ କିନ୍ତୁ ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ନଥାଇ ସେମାନଙ୍କ କିପରି ଉପସ୍ଥିତ ଥିବା ରେଇଜଷ୍ଟ୍ରରେ ଲେଖା ଗଲା ଏହାକୁ ନେଇ ଅଭିଯୋଗ ଆସିଛି | ଅନ୍ୟ ପଟେ ଏଠି କାର୍ଯ୍ୟଗତ ଥିବା କିଛି କର୍ମଚାରୀ ବହୁ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି | ସେହି ଅଞ୍ଚଳର କୌଣସି ଲୋକ ସେହି ବିଦ୍ୟାଳୟକୁ ନାମ ଲେଖାଇବା ପାଇଁ ଆସିଲେ ସେମାନଙ୍କୁ ଏହି କାର୍ଯ୍ୟାରତରେ ଥିବା କର୍ମଚାରି ମାନେ ଦୁର୍ବ୍ୟବହାର କରୁଛନ୍ତି | ଏହି ବିଦ୍ୟାଳୟ ଯେତିକି ନାମ ଅର୍ଜନ କରିଛି ତାକୁ ଏବେ କିଛି ଶିକ୍ଷକ ତଳେ ପକାଇବ କୁ ବସିଲେଣି,ଏହି ବିଷୟରେ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି ଶିକ୍ଷକ ୩ ଜଣ ଅଭାବ ଥିବାରୁ ଏଭଳି ରେଜଲ୍ଟ ଆସିଛି, ଅନ୍ୟପଟେ ଶିକ୍ଷକ ନଥାଇ ମଧ୍ୟ ପ୍ରଧାନ ଶିକ୍ଷକ କିପରି ମିଛ ତଥ୍ୟ ଦେଉଛନ୍ତି ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି | ଏପରିକି ଆଗରୁ ଶିକ୍ଷକ ଅଭାବ ଥିଲେ ଭି ପିଲା ଭଲ ଫଳାଫଳ ରଖୁଥିଲେ କିନ୍ତୁ ଏବେ ଶିକ୍ଷକ ମାନେ ବିଦ୍ୟାଳୟକୁ ଆସିବା ପରିବର୍ତେ ନିଜ ଘରେ ଅଧିକ ସମୟ ରହୁଥିବା ହେତୁ ପିଲାଙ୍କ ଏଭଳି ରେଜଲ୍ଟ ହୋଇଛି ବୋଲି ଅଭିଭାବକ ମାନେ କହିଛନ୍ତି | ଅନଲାଇନ ପାଠ ପଢା ମଧ୍ୟ ଠିକ ସେ ହେଉନାହିଁ ବୋଲି ଗାଁ ଲୋକମାନେ କହିଛନ୍ତି | ଯଦି ଏପରି ପାଠ ପଢା ଚାଲୁ ରହେ ତେବେ ପିଲାଙ୍କର ଭବିଷ୍ୟତ ଖରାପ ହୋଇଯିବ ବୋଲି ଗାଁ ଲୋକମାନେ କହିଛନ୍ତି | ଏହା ସହ ସେମାନେ ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟର ପଢିବା ଶୈଳୀ କୁ ପରିବର୍ତ୍ତନ କରିବାକୁ କହିଛନ୍ତି | ତା ସହ ସରକାର କରିଥିବା ନିୟମକୁ ପାଳନ କରି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢେଇବା ପାଇଁ କହିଛନ୍ତି |


