୨୯ ନଂ ୱାର୍ଡ଼ରେ ବିଜେଡିର ନିର୍ବାଚନୀ ସଭା
ବାଲେଶ୍ୱର, (ସରୋଜ ପଣ୍ଡା) :ପୌର ନିର୍ବାଚନକୁ ଆଉମାତ୍ର ୩ ଦିନ ବାକି ରହିଥିବା ବେଳେ ପ୍ରଚାର ମଇଦାନରେ ସବୁଠି ଜୋରଦାର ପ୍ରଚାର ପରିଲକ୍ଷିତ ହୋଇଛି । ବିଶେଷ କରି ବାଲେଶ୍ୱର ପୌରପାଳିକାର ବିଜେଡି କାଉନସିଲର ଓ ଅଧ୍ୟକ୍ଷା ପ୍ରାର୍ଥୀଙ୍କ ପାଇଁ ଦଳର ପ୍ରମୁଖ ନେତାମାନେ ନିର୍ବାଚନୀ ସଭାରେ ଯୋଗଦେଇ ଭୋଟ ଭିକ୍ଷା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ୨୯ ନଂ ୱାର୍ଡ଼ର କ୍ୟାଥଲିକ ପଡ଼ାରେ ଆୟୋଜିତ ନିର୍ବାଚନୀ ସଭାରେ ସଦର ବିଧାୟକ ସ୍ୱରୂପ ଦାସ, ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା, ଗୌତମବୁଦ୍ଧ ଦାସ, ଶୁଭେନ୍ଦୁ ମଙ୍ଗରାଜ ପ୍ରମୁଖ ଯୋଗଦେଇ ଅଧ୍ୟକ୍ଷା ପ୍ରାର୍ଥିନୀ ସବିତା ସାହୁ ଓ କାଉନସିଲର ପ୍ରାର୍ଥୀ କାର୍ତ୍ତିକ ସାହୁଙ୍କ ବିଜୟ ପାଇଁ ଲୋକଙ୍କୁ ବୁଝାଇଥିଲେ । ପ୍ରାର୍ଥୀ କାର୍ତ୍ତିକ ସାହୁ ଏଥିରେ ଉପସ୍ଥିତ ରହି ସେ ଲୋକଙ୍କ ସୁଖଦୁଃଖର ସାଥୀ ହୋଇ ରହି ଆସିଥିବା ବେଳେ ଚଳିତ ନିର୍ବାଚନରେ ବି ତାଙ୍କୁ ଲୋକେ ଅଧିକ ସମର୍ଥନ ଦେବେ ବୋଲି ଆଶା ପ୍ରକାଶ କରିଥିଲେ ।