୨୯ ରୁ ସାଧୁସନ୍ଥ ମାନଙ୍କ ପ୍ରାଚୀ ପରିକ୍ରମା ପଦଯାତ୍ରା

ନିମାପଡ଼ା, (ସନ୍ତୋଷ ଦାଶ):ପୁଣ୍ୟତୋୟା ପ୍ରାଚୀ ନଦୀର ହୃତଗୌରବ ପୁନଃ ପ୍ରକଟ ଚେଷ୍ଟା ଓ ଅବକ୍ଷୟମୁଖୀ ନଦୀ ର ପୁନଃରୁଦ୍ଧାର ଦାବି ରେ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ର ଉଦ୍ୟମ ତଥା ପରମହଂସ ପ୍ରଜ୍ଞାନାନନ୍ଦ ଗିରି ମହାରାଜଙ୍କ ପୌରୋହିତ୍ୟ ରେ ପ୍ରାଚୀ ପରିକ୍ରମା ପଦଯାତ୍ରା ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱର କୋଣ ଅନୁକୋଣ ର ସାଧୁସନ୍ଥ ,ଯୋଗୀ, ଶ୍ରଦ୍ଧାଳୁ, ଐତିହାସିକ ,ଗବେଷକ, ପରିବେଶପ୍ରେମୀ ଓ ପ୍ରାଚୀ ଉପତ୍ୟକାର ବିଭିନ୍ନ ମଠ ମନ୍ଦିରର ବାବାଜୀ ମାନେ ଆସନ୍ତା ୨୯ ତାରିଖ ଗୁରୁବାର ଠାରୁ ଖାଲି ପାଦରେ ଚାଲି ଚାଲି ପବିତ୍ର ପ୍ରାଚୀ ନଦୀର ପରିକ୍ରମା କରିବେ । ଦୀର୍ଘ ୧୩ବର୍ଷ ହେବ ଏହି ପ୍ରାଚୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ ହୋଇଆସୁଛି। ପୁରାଣ ରେ ବର୍ଣନା ଅନୁଯାୟୀ ଭକ୍ତଶ୍ରେଷ୍ଠ ଜୟଦେବ ଓ ଶ୍ରୀ ଚୈତନ୍ୟ ଦେବ ଭକ୍ତ ମାନଙ୍କ ସହ ପୁଣ୍ୟତୋୟା ପ୍ରାଚୀ ନଦୀର ପରିକ୍ରମା କରିଥିଲେ ।ଭାରତବର୍ଷରେ ନର୍ମଦା ପରିକ୍ରମା ପରେ ଏହି ପ୍ରାଚୀ ପରିକ୍ରମା ଦ୍ଵିତୀୟ ନଦୀ ପରିକ୍ରମା କାର୍ଯ୍ୟକ୍ରମ । ଜୟଦେବ ଓ ଶ୍ରୀଚୈତନ୍ୟଙ୍କର ସେହି ପଦାଙ୍କ ଅନୁସରଣ କରି ସାଧୁସନ୍ଥ ମାନେ ପ୍ରାଚୀ ଉପତ୍ୟକା ର ଅନ୍ଧ କପିଳେଶ୍ୱର ମନ୍ଦିର (କପିଳ ମୁନି ଆଶ୍ରମ) ଠାରୁ ପ୍ରାଚୀ ନଦୀର ଉତ୍ତର ଦିଗରେ ଯାତ୍ରା ଆରମ୍ଭ କରି ବାଟରେ ବିଭିନ୍ନ ପୀଠ, ମନ୍ଦିର ଓ ତୀର୍ଥ ମାନଙ୍କରେ ପ୍ରାଚୀ ଆଳତି, ଗୋ ପୂଜନ, ବୃକ୍ଷ ପୂଜନ, ମାତୃପୂଜନ, ପ୍ରବଚନ, କଥା ଆଦି କାର୍ଯ୍ୟ କରି ଅସ୍ତରଙ୍ଗର ପ୍ରାଚୀ-ସାଗର ସଙ୍ଗମସ୍ଥ ବେଲେଶ୍ୱର ମନ୍ଦିର(ମୁକ୍ତେଶ୍ଵର) ଠାରେ ପହଞ୍ଚିବେ। ସେଠାରେ ମନ୍ଦିର ନିକଟରେ ସାଗର ଆଳତି କରିବା ସହ ପ୍ରାଚୀର ଦକ୍ଷିଣ ଦିଗରେ ପୁଣି ପ୍ରାଚୀ ନଦୀ କଡେକଡେ ଫେରି ପୁନଶ୍ଚ ଅଡସପୁର ନିକଟସ୍ଥ ଅନ୍ଧ କପିଳେଶ୍ୱର ମନ୍ଦିର ରେ ପହଞ୍ଚି ଯଜ୍ଞାଦି କର୍ମ ସାଧନ ପୂର୍ବକ ଯାତ୍ରା ସମାପନ କରିବାର କାର୍ଯକ୍ରମ ରହିଛି ।ଅନେକ ବିଦେଶୀ ଭକ୍ତ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହେଉଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ