୨ କୋଟି ଟଙ୍କାର ଗାଡ଼ିରେ ପେଟ୍ରୋଲ୍ ପକାଇବା ପାଇଁ କୁକୁଡା ଚୋରି କରୁଥିଲେ ମାଲିକ

ସଉକ୍ ପାଇଁ ମଣିଷ ବେଳେବେଳେ ଅଜବ କାମ କରୁଥିବା ଦେଖିବାକୁ ମିଳିଥାଏ । ସେମିତି ଚାଇନାର ଜଣେ କୃଷକ ନିଜର ସୌକ ପାଇଁ ୨ କୋଟି ଟଙ୍କାର ଏକ ଏସ୍ୟ୍ୟୁଭି ଗାଡ଼ି କିଣିଥିଲେ । କିଛି ଦିନ ପର୍ଯ୍ୟନ୍ତ ଏହାକୁ ବେଶ୍ ମଜାରେ ଚଳାଇଥିଲେ । ହେଲେ ପାଖରେ ଅର୍ଥର ଅଭାବ ହେବାରୁ ଧୀରେ ଧୀରେ ବ୍ୟକ୍ତି ଜଣଙ୍କ ପାଖ ପଡିଶାଙ୍କ ଘରୁ କୁକୁଡା ଓ ବତକ ଚୋରି କରିବା ଆରମ୍ଭ କରିଥିଲେ । ଏହି କୁକୁଡା ଓ ବତକଙ୍କୁ ବିକ୍ରି କରି ସେ ଗାଡିରେ ପେଟ୍ରୋଲ୍ ପକାଉଥିଲେ ବୋଲି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ