୨ କୋଟି ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଗଛ ଜାଳିଲେ ପ୍ରଶାସନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ପାଟପୁର ଥାନା ପାହାଡିଆ ଅଞ୍ଚଳରେ ରେ ଗଞ୍ଜେଇ ଚାଷ ଏତେ ପରିମାଣ ରେ ଦେଖିବାକୁ ମିଳିଛି ଅବକାରୀ ଏବଂ ପୋଲିସ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ କରି କାଟି ପୋଡ଼ି ଥିଲେ ମଧ୍ୟ ସରୁନି ।ଧର୍ମ କୁ ଆଖି ଠାର ସଦୃଶ୍ୟ ମନେହେଉଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଗଞ୍ଜାମ ଆରକ୍ଷୀ ବ୍ରିଜେଶ ରଏଙ୍କ ନିର୍ଦେଶ କ୍ରମେ ପାଟପୁର ଥାନା ଅଞ୍ଚଳ ରେ ଗଞ୍ଜେଇ ଚାଷକୁ ପ୍ରଶ୍ରୟ ନଦେବା ପାଇଁନିର୍ଦ୍ଦେଶ ଦେଇଥିଲେ ଏହା ପରେ ବୁଧବାର ଟି. ଗୋବିନ୍ଦପୁର ପଞ୍ଚାୟତ ବେଲଗଡ, ଝରଣ, ଦାବାଡ ଗ୍ରାମ ନିକଟ ଜଙ୍ଗଲ ରେ ଚଢ଼ାଉ କରି ପ୍ରାୟ ୧୫ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ କରିବା ସହ ଜାଳି ଦିଆଯାଇଥିବା ଜଣାପଡିଛି l ଚଢାଉ ରେସାନଖେମୁଣ୍ଡି ତହସିଲଦାର ତଥା ଏକଜୁବିଟ ମାଜିଷ୍ଟ୍ରେଟ ଡ଼.ଶ୍ରୀନିବାସ ବେହେରା, ଅବକାରୀ ଡେପୁଟି ସୂପରିଟେଣ୍ଡ, ପାଟପୁର ଥାନା ଅଧିକାରୀ ସବ୍ୟସାଚି ମଲ୍ଲ, ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ , ଶେରଗଡ଼ ଥାନା ଅଧିକାରୀ , ଧରାକୋଟ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା, ବ୍ରହ୍ମପୁର, ଚିକିଟି, ଦିଗପହଣ୍ଡି ଅବକାରୀ ବିଭାଗ ସମେତ ୨ ପ୍ଲାଟୁନ ଫୋର୍ସ ଏହି ଚଢ଼ାଉ ରେ ସାମିଲ ଥିଲେ l ଉପରୋକ୍ତ ଘଞ୍ଚ ଜଙ୍ଗଲରୁ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ପ୍ରାୟ ୧୫ ଏକର ରୁ ଉର୍ଦ୍ଧ ଚାଷ ଜମିରୁ ୪୫୦୦୦ ହଜାର ଗଞ୍ଜେଇ ଗଛ କଟାଯିବା ପରେ ନିଆଁ ଲଗାଇ ସମସ୍ତ ଗଛକୁ ପୋଡି ଦିଆଯାଇଥିଲା l ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ମୂଲ୍ୟ ପ୍ରାୟ ୨ କୋଟିଏ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ