୨ ଘରୋଇ ହସ୍ପିଟାଲ ସିଲ୍
ଖୋର୍ଦ୍ଧା: ଖୋର୍ଦ୍ଧା ପୌରାଞ୍ଚଳରେ ଥିବା ୨ଟି ଘରୋଇ ହସ୍ପିଟାଲକୁ ସିଲ କରାଯାଇଛି । ପ୍ରଶାସନିକ ଅଧିକାରୀମାନେ ଗୋଟିଏ ହସ୍ପିଟାଲକୁ ୫୦ ହଜାର ଟଙ୍କା ଜୋରିମାନା କରିବା ସହ ୭ ଦିନ ପାଇଁ ସିଲ କରିଛନ୍ତି । ଅନ୍ୟ ଏକ କ୍ଲିନକକୁ ମଧ୍ୟ ପ୍ରଶାସନ ପକ୍ଷରୁ ୭ ଦିନ ପାଇଁ ସିଲ କରାଯାଇଛି । କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ସମ୍ପୃକ୍ତ ୨ ଘରୋଇ ହସ୍ପିଯାଲକୁ ସିଲ କରାଯାଇଛି । ସମାଜିକ ଦୂରତ୍ୱ ପରଖିବା ପାଇଁ ଆଜି ଖୋର୍ଦ୍ଧାର ବିଭିନ୍ନ ନର୍ସିଂହୋମରେ ଚଢଉ କରାଯାଇଥିଲା । ଖୋର୍ଦ୍ଧା ଟାଉନରେ ଥିବା ଏକାଧିକ ନର୍ସିଂହୋମରେ ଏକକାଳୀନ ଚଢଉ କରାଯାଇଥିଲା । ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ଟିମ ପକ୍ଷରୁ ମିଳିତଭାବେ ଚଢଉ କରାଯାଇଥିଲା । କରୋନା ଗାଇଡଲାଇନ ପାଳନ ହେଉଛି କି ନାହିଁ ତାହାର ତଦାରଖ ପାଇଁ ଏହି ଚଡଉ କରାଯାଇଥିଲା । ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଥିବାବେଳେ ଅଧିକାଂଶ ନର୍ସିଂହୋମରେ ତାହାକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଆସୁଛି । ଏପରିକି ନିକଟରେ ଏହି ଅଭିଯୋଗରେ କେତେକ ହସ୍ପିଟାଲକୁ ମଧ୍ୟ ସିଲ କରାଯାଇଛି ।