୨ ଟି କାଠ ବୋଝେଇ ଟ୍ରକ ଜବତ
କୋରାପୁଟ . ଜଙ୍ଗଲକୁ ସୁରକ୍ଷିତ ରଖିବା ସହ ବୃକ୍ଷ ରୋପଣ କରିବା ପାଇଁ ସରକାର ଓ ବେସରକାରୀ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରି ସଚେତନ କରାଯାଉଛି । କିନ୍ତୁ କୋରାପୁଟ ବ୍ଲକର ପଦ୍ମପୁର ଗ୍ରାମବାସୀ ସୋମବାର ବିଳମ୍ବିତ ରାତିରେ ଦୁଇଟ ିକାଠ ବୋଝେଇ ଟ୍ରକୁ ଅଟକ ରଖଛନ୍ତି । ବନ ବିଭାଗ ଚେଇଁ ଶୋଇରହିଥିବା ବେଳେ ଗ୍ରାମର ଲୋକ ୨ ଟି କାଠ ବୋଝେଇ ଟ୍ରକକୁ ଅଟକ ରଖି ବନବିଭାଗଙ୍କୁ ଜଣାଇଥିଲେ । ମିଳିଥିବା ଖବର ଅନୁଯାୟୀ ପଦ୍ମପୁର ପଂଚାୟତରେ ଗ୍ରାମ ଜଙ୍ଗଲରୁ କିଛି ଗଛ ବେସରକାରୀ ଜମିରେ ଥିବା ଗଛକୁ କାଟିନେବା ପାଇଁ କୋରାପୁଟ ବନ ବିଭାଗ ଅବଗତ କରିଥିଲେ । ଏହାର ସୁଯୋଗ ନେଇ ଅସାଧୁ କାଠ ବ୍ୟବସାୟୀ ମାନେ ଜଙ୍ଗଲରୁ ମୁଲ୍ୟବାନ କାଠ କାଟି ଟ୍ରକକୁ ବୋହି ନେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀ ତରଫରୁ ଏହି କାଠ ବୋଝେଇ ଟ୍ରକ ଜବତ କରାଯାଇ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିବାରୁ ବୁଦ୍ଧିଜୀବି ମହଲରେ ଗ୍ରାମବାସୀଙ୍କୁ ପ୍ରଂଶସା କରିଛନ୍ତି ।