୨ ଡାକ୍ତରଙ୍କୁ କରୋନା

ଭୁବନେଶ୍ୱର: ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ସାରା ଓଡ଼ିଶାକୁ କବଳିତ କରିବା ପାଇଁ ଉଦ୍ୟମ ଚଳାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ପଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି ।
ତେବେ ଏହାରି ଭିତରେ ୨ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ଖବର ହସ୍ତଗତ ହୋଇଛି । ରାଉରକେଲା ଆରଜିଏଚର ୨ ଜଣ ଡାକ୍ତରଙ୍କ ଠାରେ କୋଭିଡ୍ ୧୯ ଭୂତାଣୁ ମିଳିଥିବା ଜଣାପଡିଛି । ସଂକ୍ରମିତ ୨ ଡାକ୍ତର କୋଭିଡ ଓ ପରେ ମେଡିକାଲ ଡ୍ୟୁଟିରେ ଥିଲେ । କରୋନା ଚିହ୍ନଟ ପରେ ହସ୍ପିଟାଲକୁ ସାନିଟାଇଜ କରାଯାଇଛି । ଆଜି ସୁନ୍ଦରଗଡରେ ୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ଏହା ମଧ୍ୟରୁ ୨ ଜଣ ଡାକ୍ତର କରୋନା ଆକ୍ରାନ୍ତ । ୨ ଜଣ ଡାକ୍ତର କୋଭିଡ୍ ଡାକ୍ତରଖାନା ଏବଂ ସଂଗରୋଧ କେନ୍ଦ୍ରରେ ଚିକିତ୍ସା ଦାୟିତ୍ୱରେ ରହିଥିଲେ । ଡାକ୍ତରଙ୍କ ଠାରେ କରୋନା ପଜିଟିଭ୍ ମିଳିବା ପରେ ସେମାନଙ୍କୁ ସଂଗରୋଧରେ ରଖାଯାଇ ଚିକିତ୍ସା ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ