୨ ଦିନ ଧରି ଜମିବ ଜିଲ୍ଲାସ୍ତରୀୟ ନୃତ୍ୟ ପ୍ରତିଯୋଗିତା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଶ୍ରୀ ଶ୍ରୀ କାକଟ ମଙ୍ଗଳା କ୍ଲବର ୭୬ତମ ଜନ୍ମବାର୍ଷିକ ଉତ୍ସବ ଅବସରରେ ଏକ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତା “ଡ୍ୟାନ୍ସ କେନ୍ଦ୍ରାପଡା ଡ୍ୟାନ୍ସ “ଆସନ୍ତା ୧୪ତାରିଖ ସନ୍ଧ୍ୟା ୫ଟା ସମୟରେ କ୍ଲବ ପରିସରରେ ସିଲେକସନ ରାଉଣ୍ଡ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଇଛୁକ ପ୍ରତିଯୋଗୀମାନେ ନିଜର ଜନ୍ମ ପ୍ରମାଣପତ୍ର  ସହିତ ଆସି ନାମ ପଞ୍ଜିକରଣ କରିବେ । ଏହି ପ୍ରତିଯୋଗୀତାରେ ୮ରୁ ୧୩ବର୍ଷ (ସବଜୁନିଅର),୧୪ବର୍ଷ (ଜୁନିଅର) ଓ ୧୪ବର୍ଷରୁ ଉର୍ଦ୍ଧ୍ୱ ସିନିଅର ଗ୍ରୁପ ନିମନ୍ତେ ପ୍ରତିଯୋଗୀମାନେ  କଷ୍ଟ୍ୟୁମ ସହିତ ଅଂଶଗ୍ରହଣ କରିପାରିବେ । ସମସ୍ତ ପ୍ରତିଯୋଗୀ ନିଜର ଗୀତ ପ୍ରସ୍ତୁତ କରି ଆଣିବେ ଓ  ପ୍ରତ୍ୟେକଙ୍କୁ ନୃତ୍ୟ ପରିବେଷଣ ପାଇଁ ୩ମିନିଟ ସମୟ ଦିଆଯିବ । ଏହି ପ୍ରତିଯୋଗୀତାର ଫାଇନାଲ ରାଉଣ୍ଡ ଆସନ୍ତା ୧୫ତାରିଖ ରବିବାର ଅପରାହ୍ନ ୪ଟା ସମୟରେ କ୍ଲବ ପରିସରରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତାରେ ଯେଉଁମାନେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିବେ ସେମାନଙ୍କୁ ଆସନ୍ତା ୧୬ତାରିଖ ସନ୍ଧ୍ୟାରେ କ୍ଲବ ପ୍ରାଙ୍ଗଣରେ ଅନୁଷ୍ଠିତ ବାର୍ଷିକୋତ୍ସବ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ ବୋଲି ଉମାକାନ୍ତ ଜେନା,ହାଡିବନ୍ଧୁ ସିଂ ଓ ଅକ୍ଷୟ କୁମାର ସେନାପତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ