ଓରାଳିରେ ତିନିବଖରା ଘର ଭଷ୍ମୀଭୁତ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ଓରାଳି ଗ୍ରାମର ପଦ୍ମପୁର ସାହିରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ଭଷ୍ମୀଭୁତ ହୋଇଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ଅପରାହ୍ନରେ ଗ୍ରାମର ରବିନ୍ଦ୍ର କୁମାର ଦାସଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ତାଙ୍କର ଦୁଇବଖରା ଓ ଜ୍ଞାନ ରଞ୍ଜନ ଦାସଙ୍କ ଏକବଖରା ଘର ଜଳିଯାଇଥିଲା । ଗ୍ରାମବାସୀମାନେ ନିଆଁକୁ ଆୟତ କରିଥିବାବେଳେ ହାଟଡିହି ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇଥିଲେ । ଏହି ଅଗ୍ନିକାଣ୍ଡରେ ଦୁଇଟିଯାକ ପରିବାର ସମସ୍ତ ଆସବାବପତ୍ର ସମେତ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।


