୨ ଦିନ ବର୍ଷା ପ୍ରଭାବରେ  ଜଳସ୍ତର  ବୃଦ୍ଧି

ଗାଙ୍ଗପୁର,(ଯୁଗାବ୍ଦ ନୁୃ୍ୟଜ୍) : ଗତ ୨ ଦିନ ଧରି ବିଭିନ୍ନ ସ୍ଥାନରେ ଲଗାଣ  ବର୍ଷା ପ୍ରଭାବରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକରେ ପ୍ରବଳ ବର୍ଷା ପ୍ରଭାବରେ ବଡନଦୀର ଜଳସ୍ତର ବିପଦ ସଂକେତ  ନିକଟତର ହୋଇଛି । ମଙ୍ଗଳବାର ଓ ବୁଧବାର  ୧୨୩ ମି.ମି ବଷାଁ ରେକର୍ଡ କରାଯାଇଥିବା ବେଳେ ଖଣ୍ଡାବଳିଠାରେ ୧୩୦ ମି.ମି ବର୍ଷା ରେକର୍ଡ କରାଯାଇଛି । ବେଲଗୁଣ୍ଠା ଦେଇ  ଗତି କରୁଥିବା ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇଛି ।ଲୋହରାଖଣ୍ଡି ବଡନଦୀ ଓ ବୋଡାନଦୀ ମାଧବରିକା ଠାରେ ମିଶିଥିବାରୁୂ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାବେଳେ ଲୋହରାଖଣ୍ଡି ପ୍ରଥମ ବନ୍ୟାଜଳ ପ୍ରଭାବିତ ହେଉଛି ।୬୦ .୬୬ ବିପଦ ସକେତ ରହିଥିବାବେଳେ ବତ୍ତର୍ମାନ ଜଳସ୍ତର ୫୯.୧୩ ମିଟର ରହିଛି । ମାଧବରିକା ଠାରେ ପ୍ରତି ସେକେଣ୍ଟରେ ୨୩୮.୫୨କ୍ୟୁସେନ ଜଳ ନିଷ୍କାସନ ହେଉଥିବା ସହକାରୀ ଯନ୍ତ୍ରୀ ସରୋଜ ପ୍ରହରାଜ ପ୍ରକାଶ କରିଛନ୍ତି ।ଆଗାମୀ ୧୨ ଘଣ୍ଟା ଯଦି ଲଗାଣ ବର୍ଷା ରହିବ ତେବେ  ବନ୍ୟା ପରିସ୍ଥିତି ଉପୁଜିବ ।କୈାଣସି ବିପଦ ନଥିବା ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି ।ଚଢିଆ ପଲ୍ଳୀୂ ଦେଇ ପ୍ରଭାବିତ ହେଉଥିବା ବୋଡାନଦୀର ୧୨୦ ବର୍ଷର  ଲୁହା ପୋଲଟି ପ୍ରାୟ ଦୁଇ ବର୍ଷ ହେଲା ଭଗ୍ନ ଅବସ୍ଥାରେ ପଡିଥିବା ବେଳେ ବର୍ତ୍ତମାନ ନୂତନ କାର୍ଯ୍ୟ ଜାରୀ ରହିଛି । ଯାତାୟତ ପାଈଁ ନିର୍ମାଣ ହୋଇଥିବା ଡାଇଭର୍ସନ ରୋଡଟିର ଉପର ଦେଇ ପାଣି ପ୍ରଭାବିତ ହେଉଥିବାରୁ ଡାଇଭର୍ସନଟି  ଭାଙ୍ଗିଯିବାର ଆଶଙ୍କା ରହିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ