୨ ଦୋକାନରୁ ପଲିଥିନ୍ ଜବତ ୨୦ ହଜାର ଲେଖାଁଏ ଜରିମାନା

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ସହରର ମେଇନ୍‌ରୋଡ୍‌ରେ ଥିବା ବିଭିନ୍ନ ଦୋକାନ ଉପରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ଚଢଉ କରାଯାଇଛି । ମେଇନ୍‌ରୋଡ୍ ଦୁଇଟି ଦୋକାନରେ ପ୍ରଚୁର ପରିମାଣ ପଲିଥିନ୍ ଜବତ କରାଯାଇଥିବା ସହ ଉଭୟ ଦୋକାନୀକୁ ୨୦ ହଜାର ଲେଖାଁଏ ଜରିମାନା ପକାଯାଇଛି । ଏହି ଚଢଉରେ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌.ଗଣେଶ ବାବୁ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଷଡଙ୍ଗୀ, କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରଭାକର ବେହେରା, ଜଗଦୀଶ୍ ରେଡ୍ଡୀ, ମନୋରଞ୍ଜନ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ