ଦୁଇଟି ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସାହେବ ଜେନା ପଲ୍ଲୀ ଓ କୁମାରବେଗପଲ୍ଲୀ ଗ୍ରାମରେ ଦୁଇଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତିପ୍ରସ୍ତର ସ୍ଥାପନ କରିବା ସହ ପ୍ରକଳ୍ପ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ଶେଷ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ବହୁ ଦିନ ଧରି ଚିକଲଖଣ୍ଡି ଗ୍ରାମ ପଂଚାୟତର ସାହେବଜେନାପଲ୍ଲୀ ଓ ପୋଡ଼ାପଦର ଗ୍ରାମପଂଚାୟତର କୁମାରବେଗପଲ୍ଲୀ ଗ୍ରାମକୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ନିମନ୍ତେ ଦାବି ହୋଇ ଆସୁଥିଲା । ଆଜି ଏହି ଦୁଇଟି ଭିତିପ୍ରସ୍ତର ସ୍ଥାପନ ହେବା ପରେ ଗ୍ରାମବାସୀ ମାନେ ପାନୀୟ ଜଳ ସୁବିଧା ପାଇପାରିବେ ବୋଲି ଆଶା ରଖିଛନ୍ତି । ସାହେବଜେନାପଲ୍ଲୀ ଠାରେ ୫୦ ହଜାର ଲିଟର ବିଶିଷ୍ଟ ୨୨.୭ଲକ୍ଷ ଟଙ୍କା ବ୍ୟୟରେ ଓଭରହ୍ୟାଡ୍ ଟ୍ୟାଙ୍କର ଭିତିପ୍ରସ୍ତର ସ୍ଥାପନ ନିମନ୍ତେ ଶୁକ୍ରବାର ଛତ୍ରପୁର ବିଧାୟକ ଶ୍ରୀ ବେହେରା, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡି, ଚିକଲଖଣ୍ଡି ସରପଂଚ ଡି.ଲକ୍ଷ୍ମୀ ରେଡ୍ଡି, ଗ୍ରାମ୍ୟ କମିଟି ନାଇଡୁ ଆର୍‌. ସୁରେନ୍ଦ୍ର ରେଡ୍ଡି, ଆସିଟାଂଟ୍ ନାଇଡ଼ୁ, ଡି. ସୁବାରାଓ ଓ ପୂର୍ବତନ ସରପଂଚ ଡି. ରାମସ୍ୱାମୀ ରେଡ୍ଡି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କୁମାରବେଗପଲ୍ଲୀ ଠାରେ ୭୫ ହଜାର ଲିଟର ବିଶିଷ୍ଟ ଓଭରହ୍ୟାଡ୍ ଟ୍ୟାଙ୍କ ଓ ୧ ଲକ୍ଷ ଲିଟର ସମ୍ପ୍ ନିର୍ମାଣ ନିମନ୍ତେ ୧ କୋଟି ୭ଲକ୍ଷ ଟଙ୍କାର ବ୍ୟୟରେ ନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ ହୋଇଛି । ଏହାକୁ ବିଧାୟକ ଶ୍ରୀ ବେହେରା, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ପୋଡ଼ାପଦର ସରପଂଚ ପିତାମ୍ବର ପଣ୍ଡା, ସମିତି ସଭ୍ୟା ରଞ୍ଜିତା ପଲେଇ, ଗଜେନ୍ଦ୍ର ପଲେଇ, ଅଭିରାମ ଛୋଟେଇ, ଆର.ଡବ୍ଲୁ.ଏସ୍‌. ଏସ୍ ର ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପଣ୍ଡା, ସହକାରୀ ଯନ୍ତ୍ରୀ କାଳୁଚରଣ ପାତ୍ରଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ