୨ ବାଇକ୍ ମୁହାଁମୁହିଁ : ୪ ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :ରବିବାର ଅପରାହ୍ନରେ ହିଞ୍ଜିଳି ଥାନା ନୁଆ ବୁରୁପୋଡା ଛକ ନିକଟରେ ୨ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଦୂର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଯେ, ଶେରଗଡ଼ ଥାନା ଗୋବିନ୍ଦପୁର ଗ୍ରାମର ପିତାମ୍ବର ଖଟୁଆ (୪୧), ବୁଲୁ ଜେନା(୨୭) ଓ ଅଶୋକ ପାତ୍ର (୩୫) ଏକ ମୋଟରସାଇକେଲ (ନଂ ଓଆର୦୭ଏସ ୩୩୦୨ ) ଯୋଗ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ହିଞ୍ଜିଳି ଗ୍ରାମର ସୁମଧୁ ଦାସ (୩୨) ମୋଟରସାଇକେଲ (ନଂ ଓଆର୦୭ଏଏ ୬୮୮୧) ଯୋଗ ଶ୍ୟାମଳାଇ ଅଭିମୁଖେ ଯାଉଥିବା ବେଳେ ନୁଆ ବୁରୁପୋଡା ଛକ ନିକଟରେ ୨ମୋଟର ସାଇକେଲର ମୁହାଁମୁହିଁ ଧକ୍କା ହୋଇଥିଲା । ଦୂର୍ଘଟଣାରେ ଉଭୟ ବାଇକର ୪ ଜଣ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପିତାମ୍ବର ଓ ବୁଲୁଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଉଭୟ ବାଇକ୍ କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଖବର ଲେଖା ହେବା ସୁଦ୍ଧା ଥାନାରେ କୈାଣସି ମାମଲା ରୁଜୁ ହୋଇନଥିବା ଥାନା ସୁତ୍ରରୁ ପ୍ରକାଶ ।


