+୨ ବିଜ୍ଞାନ ପ୍ରବେଶିକା ଫିସ ଛାଡ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ +୨ ବିଜ୍ଞାନ ପଢିବାକୁ ଚାହୁଁଥିବା ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରବେଶିକା ଫିସ ଛାଡ କରିବାକୁ ନିଷ୍ପତି ନେଇଛି ଆମେଜ । ଏହି କନିଷ୍ଠ ମହାବିଦ୍ୟାଳୟର କର୍ମକର୍ତ୍ତା, ନିର୍ଦେଶକ ଓ କେନ୍ଦ୍ରାପଡା ଆକାଶ କୋଚିଂ ଇନଷ୍ଟିଟ୍ୟୁଟର ନିର୍ଦେଶକ ଅଧ୍ୟାପକ ବେଣୁଧର ସାହୁ ଏସମ୍ପର୍କରେ ସୂଚନା ଦେଇଛନ୍ତି । କରୋନା ମହାମାରୀ ପାଇଁ ରାଜ୍ୟର ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଲୋକମାନେ ଜୀବିକା ହରାଇଥିବା ବେଳେ ବ୍ୟବସାୟ ବନ୍ଦ ହୋଇଯାଇଛି । ଲୋକମାନଙ୍କ ଆର୍ଥିକମାନଦଣ୍ଡ ବିପର୍ଯ୍ୟସ୍ତ ହୋଇପଡିଛି । ସେମାନଙ୍କ ପିଲାମାନେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ପିଲାଙ୍କୁ ଅଧିକ ପାଠପଢାଇବାକୁ ପାଖରେ ପଇସା ନାହିଁ । ଏଭଳି ଅସୁବିଧା ସମୟରେ ସେହି ଗରୀବ ତଥା ମେଧାବୀ ପିଲାମାନଙ୍କୁ ପ୍ରବେଶିକା ଫିସ ଛାଡ କରିଛି ଆମେଜ ଜୁନିଅର କଲେଜ ଓ ଆକାଶ କୋଚିଂ ଇନଷ୍ଟିଟ୍ୟୁଟ । ଏହି ଅନୁଷ୍ଠାନରେ +୨ ବିଜ୍ଞାନ ପାଠ ପଢିଲେ ପିଲାମାନଙ୍କୁ ପ୍ରବେଶିକା ଫିସ ଦେବାକୁ ପଡିବ ନାହିଁ ଓ ଆକାଶ କୋଚିଂରେ ପଢିଲେ ପିଲାଙ୍କୁ ୫୦ପ୍ରତିଶତ ଫିସ ଛାଡ କରାଯିବ ବୋଲି ନିର୍ଦେଶକ ଶ୍ରୀ ସାହୁ ଜଣାଇଛନ୍ତି । କରୋନା ମହାମାରୀ ଆରମ୍ଭ ହେବା ସମୟରେ ଶହ ଶହ ଲୋକମାନଙ୍କୁ ଚୁଡା, ଚାଉଳ, ଡାଲି, ଚିନି, ବିସ୍କୁଟ, ଆଳୁ, ପିଆଜ, ତେଲ ପ୍ରଭୃତି ଲୋକମାନଙ୍କୁ ପ୍ରଦାନ କରିଥିଲେ । ସେହିପରି କରୋନା ଡ୍ୟୁଟି କରୁଥିବା ପୋଲିସ ଭାଇମାନଙ୍କୁ ମାସ୍କ,ବିସ୍କୁଟ ଓ ସାନିଟାଇଜର ବଂଟନକରି ଜଣେ କରୋନା ଯୋଦ୍ଧା ହୋଇଥିଲେ ଶ୍ରୀ ସାହୁ । ଏଥିପାଇଁ କେନ୍ଦ୍ରାପଡାବାସୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ