୨ ଲକ୍ଷ ଇନାମି ମହିଳା ମାଓବାଦୀ ଗିରଫ
ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଜଣେ ୨ ଲକ୍ଷ ଇନାମି ମହିଳା ମାଓବାଦୀ ଗିରଫ ହୋଇଛି। ସୂଚନା ଅନୁଯାୟୀ ସୁକୁମା ଜିଲ୍ଲାର ଜାଗରଗୁଣ୍ଡା ଥାନା ଅଞ୍ଚଳରେ ଜିଲ୍ଲା ପୋଲିସ, ଡିଆରଜି ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ମିଳିତ ରୂପେ ମାଓ ଦମନ ଅପରେସନ ଆରମ୍ଭ କରଯାଇଥିଲା। ଏହି ସମୟରେ ଗୋଣ୍ଡାଲ୍ଲି ଆଖପାଖ ଅଞ୍ଚଳ ଅଭିମୁଖେ ତଲାସି ଅଭିଯାନ ବେଳେ ଜଣେ ମହିଳାଙ୍କୁ ଜଙ୍ଗଲ ମଧ୍ୟରେ ଲୁଚି ପଲାଉଥିବା ଦେଖି ସନ୍ଧେହ କରି ତୁରନ୍ତ ତାଙ୍କୁ କାବୁ କରିଥିଲେ। ଏହାପରେ ଉକ୍ତ ମହିଳାଙ୍କୁ ପଚରା ଉଚରା ବେଳେ ସେ ଜଣେ ମାଓବାଦୀ ବୋଲି ସେ ସ୍ଵୀକାର କରିଥିବା ବେଳେ ତା ନାମରେ ୨ ଲକ୍ଷର ଇନାମ ରହିଥିବା ଜଣା ପଡିଥିଲା। ତୁରନ୍ତ ଯବାନ ମାନେ ତାଙ୍କୁ ଗିରଫ କରିଥିବା ବେଳେ ତାର ନାମ ବୁଧାରୀ ମଲ୍ଲା ଓରଫ କୁଟା ବୋଲି ଜଣା ପଡିଛି। ଗିରଫ ମହିଳା ମାଓବାଦୀ ଅନେକ ହିଂସାକାଣ୍ଡରେ ଜଡିତ ଥିବା ବେଳେ ତାର ଗିରଫ ପୋଲିସ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି।