୩ଟି ପୌର ସଂସ୍ଥାର ହେବ ଭିତ୍ତି ଭୂମି ବିକାଶ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର,ପୋଲସରା ଓ ଖଲ୍ଲିକୋଟ ଏନଏସିର ଭିତ୍ତିଭୂମିର ବିକାଶ ନିମନ୍ତେ ୧୩୬ ପ୍ରକଳ୍ପର ୯କୋଟି ୫୧ ଲକ୍ଷ ଟଙ୍କା ମଞ୍ଜୁର ଅନୁମୋଦନ ପାଇଁ ୫-ଟି ସଚିବ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି।ବୁଧବାର ଛତ୍ରପୁର ସ୍ଥିତି ଜିଲ୍ଲାପାଳଙ୍କ ଓସ୍ୱାନ ସମ୍ମିଳନୀ ହଲରେ ପୃଥକ ପୃଥକ ତିନୋଟି ଏନଏସି ଅନ୍ତର୍ଗତ ନିର୍ବାଚନ ମଣ୍ଡଳୀ ର ବିଧାୟକ, ବୃଦ୍ଧିଜୀବୀ ଓ ମହିଳା ମାନେ ଉପସ୍ଥିତ ରହି ଭିଡିଓ କନଫେରିନ୍ସି ଜରିଆରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଙ୍କ ସହ କଥା ହୋଇ ବିଭିନ୍ନ ପ୍ରକଳ୍ପର ମଞ୍ଜୁର ନିମନ୍ତେ ନିବେଦନ କରିଥିଲେ।ଏଥିସହ ୫-ଟି ସଚିବ ମୁକ୍ତା ଯୋଜନାରେ ମହିଳା ମାନଙ୍କୁ ସଶକ୍ତିକରଣ କରାଯାଉଥିବା କହିବା ସହ କିଛି ମହିଳାଙ୍କ ସହ ମଧ୍ୟ କଥା ହୋଇଥିଲେ। ଭଞ୍ଜନଗର ଏନଏସି ର କ୍ଷୁଦ୍ର ଉଦ୍ୟାନ, ପବ୍ଲିକ ଜିମ, ଶିଶୁ କ୍ରୀଡା ଉଦ୍ୟାନ, ଶୈାଚାଳୟ, ଚାଲିବା ରାସ୍ତା ଜଳଶୟ,ରାସ୍ତାକଡ ବିକ୍ରି ସ୍ଥଳୀ,ରାସ୍ତା ଓ ଡ୍ରେନ ଆଦି ମୋଟ ୪୪ ଟି ପ୍ରକଳ୍ପ ନିମନ୍ତେ ୩କୋଟି ୨୨ ଲକ୍ଷ ବ୍ୟାୟ ଅଟକଳର ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ସେହିପରି ପୋଲସରା ଏନଏସିର ଭିତିଭୂମିର ବିକାଶ ନିମନ୍ତେ ୪୬ ପ୍ରକଳ୍ପ ୩କୋଟି ୯୨ ଲକ୍ଷ ବ୍ୟାୟ ଅଟକଳର ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ଏହା ସହ ଖଲ୍ଲିକୋଟ ଏନଏସିର ଭିତିଭୂମିର ବିକାଶ ନିମନ୍ତେ ୪୬ ପ୍ରକଳ୍ପର ୨କୋଟି ୩୭ ଲକ୍ଷ ଟଙ୍କା ମଞ୍ଜୁରୀ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ୫- ଟି ସଚ୍ଚିବଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି ଏବଂ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ର ଉନ୍ନତି ନିମନ୍ତେ ବୃଦ୍ଧିଜୀଵୀମାନେ ୫- ଟି ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ସମସ୍ତ ପ୍ରକଳ୍ପର ଅନୁମୋଦନ ଏକ ସପ୍ତାହ ମଧ୍ୟ ରେ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ କରିବେ ବୋଲି ୫- ଟି ସଚିବ ଜନ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବୈଠକରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ,ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ,ଅତିରିକ୍ତ ଜିଲ୍ଲାପାଳ ଲିନା କୁମାର ଖେସ୍ ,ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ,ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ , ଖଲ୍ଲିକୋଟ,ପୋଲସରା ଓ ଭଞ୍ଜନଗର ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ସମେତ ସମସ୍ତ ଏନଏସିରୁ ଆସିଥିବା ଜନ ପ୍ରତିନିଧି,ବୃଦ୍ଧିଜୀଵୀ ଗଣ ଉପସ୍ଥିତି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ