୩ଠ ଟଙ୍କା କମିଲା ସୁନା

ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱସ୍ତରରେ ଉଭୟ ମୂଲ୍ୟବାନ ଧାତୁର ଚମକ ବଢ଼ିବା ମଧ୍ୟରେ ଘରୋଇ ଅଳଙ୍କାର ଚାହିଦା ଦୁର୍ବଳ ହୋଇ ବୁଧବାର ସୁନାରେ ହ୍ରାସ୍ ଦେଖିବାକୁ ମିଳିଛି । ଫଳରେ ମଙ୍ଗଳବାର ଦିଲ୍ଲୀ ସର୍ଫା ବଜାରରେ ସୁନା ୧୦ଗ୍ରାମ ପ୍ରତି ୩୦ ଟଙ୍କା ହ୍ରାସ୍ରେ ୩୪,୦୫୦ ଟଙ୍କାରେ ବିକ୍ରି ହୋଇଛି । ଅନ୍ୟପକ୍ଷରେ ଉଦ୍ୟୋଗିକ ୟୁନିଟ୍ ତଥା ମୁଦ୍ରା ନିର୍ମାଣକାରୀଙ୍କ ଚାହିଦା ଦୁର୍ବଳ ହେବା ଯୋଗୁଁ ରୁପା କିଲୋପ୍ରତି ୩୦୦ଟଙ୍କା ହ୍ରାସ୍ରେ ୪୦,୮୦୦ ଟଙ୍କାରେ ବିକ୍ରି ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଲଣ୍ଡନର ସୁନା ଆଉନ୍ସ ପ୍ରତି ୨.୫୦ଡଲାର ବୃଦ୍ଧିରେ ୧,୩୧୨.୨୫ ଡଲାରରେ ରହିଛି । ଏହି ସମୟରେ ରୁପା ଆଉନ୍ସ ପ୍ରତି ୦.୮୪ ଡଲାର ବୃଦ୍ଧିରେ ୧୫.୭୧ଡଲାରରେ ପହଞ୍ଚିଛି । ଏପ୍ରିଲ୍ରେ ଆମେରିକା ସୁନା ମଧ୍ୟ ଆଉନ୍ସ ପ୍ରତି ୧.୩୦ ଡଲାର ବୃଦ୍ଧିରେ ୧,୩୧୫.୩୦ଡଲାରରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ