୩ବର୍ଷ ପୂର୍ବରୁ ସରିଛି ପୌର ପରିଷଦ କାର୍ଯ୍ୟକାଳ : ଅର୍ଥ ଶୋଷଣର କାରଖାନା ପାଲଟିଛି ବାଲେଶ୍ୱର ମ୍ୟୁନିସିପାଲଟି
ବାଲେଶ୍ୱର,(ସରୋଜ ପଣ୍ଡା): ସମଗ୍ର ଓଡ଼ିଶାରେ ନିର୍ବାଚିତ ପୌର ପରିଷଦର କାର୍ଯ୍ୟକାଳ ଗତ ୩ବର୍ଷ ପୂର୍ବରୁ ଶେଷ ହୋଇଯାଇଥିବା ବେଳେ ସମ୍ପ୍ରତି ରାଜ୍ୟର ପ୍ରତ୍ୟେକ ପୌରାଞ୍ଚଳର ଲୋକଙ୍କ ସମସ୍ୟା କ୍ରମଶଃ ଦ୍ୱିଗୁଣିତ ହେବାରେ ଲାଗିଛି । ତେବେ ରାଜ୍ୟର ଅନ୍ୟାନ୍ୟ ମ୍ୟୁନିସିପାଲଟି ତୁଳନାରେ ସମସ୍ୟାବହୁଳ ବାଲେଶ୍ୱର ପୌରପାଳିକାରୁ ସେବା ନ ପାଇ ସହରବାସୀ ପ୍ରତିକ୍ଷଣରେ ନନାବିଧି ସମସ୍ୟାର ସମ୍ମୁଖୀନ ହୋଇ ଚାଲିଥିଲେ ବି ଏଠାରେ ଶୁଣିବାକୁ କେହି ନାହିଁ । ପୌରପାଳିକାର ବିଭିନ୍ନ ଚୌକିକୁ ଦୀର୍ଘଦିନ ଧରି ଦଖଲ କରି ରଖିଥିବା ଦୁର୍ନୀତିଖୋର ବରିଷ୍ଠ କର୍ମଚାରୀମାନେ ଏବେ ନିଜକୁ ସର୍ବେସର୍ବା ଭାବେ ପ୍ରମାଣିତ କରି ଚାଲିଛନ୍ତି । ଫଳରେ ପୌରପାଳିକାର ପ୍ରତିଟି କାର୍ଯ୍ୟରେ ଦୁର୍ନୀତି ଶୀର୍ଷରେ ପହଞ୍ଚିଥିବା ପରିଲକ୍ଷିତ ହୋଇଛି । ଜନସାଧାରଣଙ୍କୁ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ, ଆବାସ ହିତାଧିକାରୀ ଚୟନ, ଅସହାୟ ମହିଳାଙ୍କୁ ସ୍ୱାବଲମ୍ବୀ ଯୋଜନା ହିତାଧିକାରୀ ଚୟନ ଏମିତିକି ପ୍ରତ୍ୟେକଟି ଯୋଜନା କାର୍ଯ୍ୟକାରୀରେ କର୍ମଚାରୀମାନେ ଲୋକଙ୍କୁ ଶୋଷଣ କରିଚାଲିଛନ୍ତି । ଅନ୍ୟପକ୍ଷରେ ସହରାଞ୍ଚଳ ସଫେଇଠାରୁ ଆରମ୍ଭ କରି ରାସ୍ତାଘାଟ ନିର୍ମାଣ ପଭୃତିରେ ନିମ୍ନମାନର କାର୍ଯ୍ୟ ହେଉଥିବା ବେଳେ ପ୍ରତିଟି କାର୍ଯ୍ୟରେ ପିସି ପରିମାଣ ଆଶାତୀତ ଭାବେ ବଢ଼ିଛି । ସବୁଠାରୁ ବଢ଼କଥା ହେଲା ସାମାନ୍ୟ ବ୍ଲିଚଂ ପାଉଡର ପରିବର୍ତ୍ତେ ପୌର କର୍ତ୍ତୃପକ୍ଷ ଚକଖଡ଼ି ଗୁଣ୍ଡ ପକାଉଥିଲେ ବି ଅଭିଯୋଗ କରିବାକୁ କେହି ନାହି । କୌଣସି ଅଭଯୋଗ ନେଇ ପୌରପାଳିକା ଯାଉଥିବା ପୂର୍ବତନ କାଉନସିଲରଙ୍କୁ ନିର୍ବର୍ହୀ ଅଧିକାରୀ ତ ଦୂରର କଥା ସାମାନ୍ୟ କର୍ମଚାରୀମାନେ ବି ବାସି ପାଣିରେ ପଚାରୁ ନାହାନ୍ତି । ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱରେ ଥିବା ବାଲେଶ୍ୱର ଉପ-ଜିଲାପାଳ ନନ-ଓଡ଼ିଆ ଆଶିଷ ଈଶ୍ୱର ପାଟିଲଙ୍କ କଥା କହିଲେ ନ ସରେ । ଜଣେ ଆଇଏଏସ ଅଫିସର ଭାବେ ସେ ତ ଏବେ ଧରାକୁ ସରା ବୋଲି ମଣୁଛନ୍ତି । ସେ ପୌରପାଳିକାକୁ କେତେବେଳେ ଆସନ୍ତି ଓ ଏଠାରୁ କେତେବେଳେ ଯାଆନ୍ତି, ତାହା ତାଙ୍କୁ ହିଁ ଜଣା । ତାଙ୍କର ନିରବ ସମର୍ଥନ ପାଇ ପୌର କର୍ମଚାରୀମାନେ ଦୁର୍ନୀତିର ଶେଷ ସୋପାନରେ ପହଞ୍ଚିଛନ୍ତି । ଆଶିଷ ଈଶ୍ୱର ପାଟିଲ ବଦଳେ ଏବେ ସେ ସମସ୍ତଙ୍କ ପାଇଁ ହତାସ ସଇତାନ ପଟେଲ ହୋଇଯାଇଛନ୍ତି । ପ୍ରଶାସନ ପରିଚାଳନା ଦକ୍ଷତା ବୀହିନ ଏହି ଅଧିକାରୀ କେବଳ ସଚିବାଳୟର କୌଣସି ପଦବୀ ପାଇଁ ଯୋଗ୍ୟ । ତାଙ୍କୁ ଭବିଷ୍ୟତରେ କୌଣସି ଜିଲା ଦାୟତ୍ୱ ଦିଆଗଲେ, ସମ୍ପୃକ୍ତ ଜିଲା ନର୍କକୁ ଚାଲିଯିବ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି । ଅତଏବେ ତୁରନ୍ତ ତାଙ୍କୁ ବାଲେଶ୍ୱରରୁ ଅପସାରଣ ସହ ଭିଜିଲାନ୍ସ ବିଭାଗ ଦ୍ୱାରା ତାଙ୍କର ସମ୍ପତ୍ତି ଯାଞ୍ଚ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।


