୩୦ରେ ବ୍ଲକ ସ୍ତରୀୟ ସ୍ଵାସ୍ଥ୍ୟ ମେଳା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ସରସଦା ସ୍କୁଲ ପଡ଼ିଆ ଠାରେ ଆସନ୍ତା ୩୦ତାରିଖ ଶନିବାର ଦିନ ସ୍ଵାସ୍ଥ୍ୟ ମେଳା ଅନୁଷ୍ଠିତ ହେଉଛି । ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆୟୋଜିତ ହେଉଥିବା ଉକ୍ତ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳାରେ ବିଭିନ୍ନ ରୋଗ ନିରୂପଣ ସହିତ ଔଷଧ ବିତରଣ ହେଉଥିବା ମଧ୍ୟ ଜଣାଯାଇଛି। ଉକ୍ତ ମେଳାରେ ଵିଶେଷ କରି ଭେଷଜ ରୋଗ, କୃଷ୍ଠ, ଯକ୍ଷ୍ମା, ଚକ୍ଷୁ, ଫିଜିଓ ଥେରାପି, ମ୍ୟାଲେରିଆ, ଏଚଆଇଭି, ଡାଇବେଟିସ, ହୋମିଓପ୍ୟାଥିକ, ଯୋଗ ଓ କୋଭିଡ ଟୀକା କରଣ ଆଦି ରୋଗ ସମ୍ପର୍କରେ ନିରୂପଣ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଭଦ୍ରକ ସମେତ କଟକ ଓ ଅନ୍ୟାନ୍ୟ ଅଞ୍ଚଳର ଜଣାଶୁଣା ଚିକିତ୍ସକ ମାନେ ଯୋଗ ଦେଉଛନ୍ତି ।