୩୦ରେ ହେବ କୋଣାର୍କ ମିନି ସାଇକ୍ଲୋଥନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କୋଣାର୍କ ପ୍ରେସ କ୍ଳବ୍ ପକ୍ଷରୁ ଆସନ୍ତା ୩୦ ତାରିଖ ଗୁରୁବାର କୋଣାର୍କ ମିନି ସାଇକ୍ଲୋଥନ-୨୦୨୩ ଅନୁଷ୍ଠିତ ହେବ ବୋଲି କୋଣାର୍କ ପ୍ରେସ କ୍ଲବ ସଭାପତି ଧନଞ୍ଜୟ ବେହେରା ପ୍ରକାଶ କରିଛନ୍ତି। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ କୋଣାର୍କ ସ୍ଥିତ ଛୋଟାବାବା ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିଲା। ପ୍ରେସ କ୍ଳବର ସଭାପତି ଧନଞ୍ଜୟ ବେହେରାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ବୈଠକରେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ସଭ୍ୟମାନେ କାର୍ଯ୍ୟ କରିବାକୁ ସଭାପତି ମତପ୍ରକାଶ କରିଥିଲେ। ପ୍ରତିବର୍ଷ ପରି ଚଳିତବର୍ଷ କୋଣାର୍କ ଉତ୍ସବ ପୂର୍ବରୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ କୋଣାର୍କ ପ୍ରେସ କ୍ଳବ୍ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ରାମଚଣ୍ଡୀ ପୀଠ ପର୍ଯ୍ୟନ୍ତ ଏକ ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯିବ। ଆସନ୍ତା ୩୦ତାରିଖ ସକାଳେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭିନ୍ନ ସଚେତନତା ବାର୍ତ୍ତାକୁ ନେଇ କୋଣାର୍କ ଉତ୍ସବକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ପ୍ରେସ କ୍ଳବର ଏହି ପ୍ରୟାସ ନିରନ୍ତର ଭାବେ ଜାରିରହିଛି ବୋଲି କହିଛନ୍ତି ପ୍ରେସ କ୍ଲବ ସମ୍ପାଦକ ବିଚିତ୍ରାନନ୍ଦ ଓଝା।ଚଳିତବର୍ଷ ଏହା ୮ମ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମ କିପରି ଚଳିତ ବର୍ଷ ସଠିକ୍ ଭାବେ ସରସ ସୁନ୍ଦର ଭାବେ କରାଯିବ ତାକୁ ନେଇ କ୍ଳବ୍ ର ସଭ୍ୟ ମାନେ ନିଜ ନିଜ ର ମତ ରଖିଥିଲେ। ଏହି ପ୍ରସ୍ତୁତି ବୈଠକରେ ପ୍ରେସ କ୍ଳବ ସଭାପତି,ସମ୍ପାଦକ ,ଙ୍କ ସମେତ କୋଷାଧ୍ୟକ୍ଷ ଦୀପ୍ତି ରଞ୍ଜନ ପାତ୍ର, ବିଶ୍ୱଜିତ୍ ରାଉତରାୟ, ତାରେକଶ୍ୱର ବରାଳ, ସନ୍ତୋଷ ଗୋଛାୟତ, ଜ୍ଞାନରଞ୍ଜନ ବିଶ୍ଵାଳ, ଗୋପବନ୍ଧୁ ପତି, ଶ୍ରୀକାନ୍ତ ସିଂ, ଦେବୀପ୍ରସାଦ ନାୟକ, ଉମାକାନ୍ତ ସାହୁ, ଗଙ୍ଗାଧର ବେଉରା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ