୩୦ଲିଟର ଚୋରାଦେଶୀ ମଦ ଜବତ : ଜଣେ ଗରିଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଆର୍‌.ଉଦୟଗିରି ପୋଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ସମୟରେ ଏକ ଅଟୋରୁ ୩୦ଲିଟର ଚୋରା ଦେଶୀ ମଦ ଜବତ କରାଯାଇଥିବାର ଜଣାପଡିଛି । ଥାନା ସୂତ୍ରରୁ ପ୍ରକାଶ ଯେ, ଆର୍‌.ଉଦୟଗରି ଥାନା ଅନ୍ତର୍ଗତ ନୂଆସାହି ଗ୍ରାମ ନିକଟରେ ଏକ ନିର୍ଜନ ସ୍ଥାନରେ ଓଡି୦୭ଇ ୪୨୭୪ ନମ୍ବର ବିଶିଷ୍ଠ ଏକ ଅଟୋ ଅଟକି ରହିଥିଲା । ଏଥିରେ ଜଣେ ବସିଥିବାର ଦେଖି ପେଟ୍ରୋଲିଂ କରୁଥିବା ଏଏସ୍‌ଆଇ ସୁରଥ ଭୂୟାଁଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ପଚରାଉଚରା କରି ଅଟୋଟିକୁ ଯାଞ୍ଚ କରିଥିଲେ । ଯାଞ୍ଚବେଳେ ସେଥିରେ ୩ଗୋଟି ବେରେଲରେ ୩୦ଲିଟର ଦେଶୀ ମଦ ଥିବାର ଦେଖିବାକୁ ପାଇ ଥିଲେ । ଏନେଇ ତୁରନ୍ତ ତଦନ୍ତ କରାଯାଇ ଅଭିଯୁକ୍ତ ଗଣେଶ କାର୍ଯୀକୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଏ ନେଇ ଆର୍‌.ଉଦୟଗିରି ଥାନାରେ ୫୪/୨୨ରେ ଏକ ମାମଲା ରୁଜୁ କରାଯାଇଥିବାର ଥାନା ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ