୩୦ ତମ ବାର୍ଷିକତ୍ସୋବ

ପାରଳାଖେମୁଣ୍ଡି,(ତାରିଣୀ ଚରଣ ପଣ୍ଡା): ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିନୋଦ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ୩୦ ତମ ବାର୍ଷିକତ୍ସୋବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର‌୍ୟ୍ୟକ୍ରମରେ ପାରଳା ବିଧାୟକ ଶ୍ରୀ କେ. ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠପଢି ଉତ୍ତମ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ.ସମ୍ମାନିତ ଅତିଥି ଗଜପତି ଏସ୍ ପି ସାରା ଶର୍ମା ନିଜର ଅଭିଭାଷଣରେ ଶିକ୍ଷା ସହ କୌଶଳ ବିକାଶ ଓ ନିଜ ରୁଚି ଅନୁସାରେ ନିଜ କ୍ୟାରିୟର ବାଛି ନେଇ ଭବିଷ୍ୟତ ଗଠନ କରିବା ପାଇଁ ବକ୍ତବ୍ୟ ଦେଇଥିଲେ । ଦିବ୍ୟ ଜୀବନ ସଙ୍ଘର ସଂପାଦକ ଶ୍ରୀ ପ୍ରସାଦ କୁମାର ନାୟକ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ଗ୍ରହଣ କରିବା ପାଇଁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇ ଥିଲେ ସଂପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁକାର ବାର୍ଷିକ ବିବରଣୀ ପଠନ କରିଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସହ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସର ରେ ବିଶିଷ୍ଟ ସଂଗୀତ ଗୁରୁ ତଥା ଆକାଶବାଣୀ କଳାକାର ଶ୍ରୀ ରଘୁନାଥ ପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସଂଗୀତ କ୍ଷେତ୍ର ରେ ତାଙ୍କର ବିଶେଷ ଯୋଗଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଶିଶୁ ମନ୍ଦିର ସେବାରେ ପଚିଶି ବର୍ଷ ପୂର୍ତ୍ତି କରିଥିବା ହେତୁ ଶ୍ରୀ ରବି ପ୍ରସାଦ ସାହୁକାର,ଶ୍ରୀ ସରୋଜ କୁମାର ପଣ୍ଡା ଓ ଶ୍ରୀ ନାରାୟଣ ପଣ୍ଡାଙ୍କୁ ମଧ୍ୟ ସଂବର୍ଦ୍ଧନା ଦିଆ ଯାଇଥିଲା. ଶେଷରେ ପୁରସ୍କାର ବିତରଣ କରା ଯାଇଥିଲା.କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଚିତ୍ତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଦର୍ଶକ ଙ୍କ ମନ ମୋହି ନେଇଥିଲା । ଏଥିରେ ବିଭିନ୍ନ ରାଜ୍ୟର ଲୋକ ନୃତ୍ୟ ଓ ସଡକ ସୁରକ୍ଷା ର ସଚେତନତା ମୂଳକ ନାଟକ “ଯମ ଦରବାର” ସମସ୍ତଙ୍କ ମନୋରଞ୍ଜନ କରିଥିଲା .ସମସ୍ତ ଆଚାର୍ଯ୍ୟ ଙ୍କ ସହଯୋଗରେ କାର‌୍ୟ୍ୟକ୍ରମ ସଂପନ୍ନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ