୩୦ ବର୍ଷ ପରେ ଗ୍ରାମକୁ ଫେରିଲେ ନାରାୟଣ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବେଲଦା ଗ୍ରାମର ନାରାୟଣ ଜେନା(୭୫) ଦୀର୍ଘ ୩୦ ବର୍ଷ ପରେ ନିଜ ଘରକୁ ଫେରିଥିବା ଜଣାଯାଇଛି । ସେ ୩୦ ବର୍ଷ ପୂର୍ବରୁ ଭଦ୍ରକରେ ରିକ୍ସା ଚଲାଉଥିଲେ । ଭଦ୍ରକ ଦଙ୍ଗାରେ ସେ ଭଦ୍ରକରୁ କୋଲକତା ଚାଲି ଯାଇଥିଲେ । କାମ ଉଦ୍ଦେଶ୍ୟରେ ସେ କୋଲକତାରୁ ବାଙ୍ଗ୍ଲାଦେଶ ପଳାଇ ଯାଇ ଆଉ ଫେରି ପାରିନଥିଲେ । ରାସ୍ତା ବାଟବଣା ହୋଇ ଦୀର୍ଘ ୩୦ ବର୍ଷ ପରେ ସେ ଏବେ ଗ୍ରାମକୁ ଫେରିଛନ୍ତି । ସେ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ଘରକୁ ଫେରିବା ପରେ ସେ ଏବେ ପତ୍ନୀ, ପୁଅ, ବୋହୁ, ନାତିକୁ ଦେଖି ଖୁସିବ୍ୟକ୍ତ କରିଛନ୍ତି । ଦୀର୍ଘ ୩୦ ବର୍ଷ ପରେ ନାରାୟଣଙ୍କୁ ପାଇବା ପରେ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।