ଅସଲି ଭାଟିରେ ନକଲି ମଦ ଅବକାରୀ ବିଭାଗର ଚଢ଼ାଉ : ଜଣେ ଗିରଫ

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ଦେଶୀ ମଦ ଭାଟିରେ ନକଲି ବିଦେଶୀ ମଦ ପ୍ରସ୍ତୁତ କାରବାର ଦୀର୍ଘ ଦିନ ଧରି ବେଧଡ଼କ ଭାବରେ ନକଲି ମଦ ସାମ୍ରାଜ୍ୟ ବିସ୍ତାର କରିଥିଲେ ମଦ ମାଫିଆ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ନକଲି ମଦ ଜବତ କରିବା ସହ ଜଣେ ମଦ ବ୍ୟବସାୟୀ କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁରବ୍ଲକ ଅମଠାଗୁଡା ଗାଁରେ ଦେଶୀ ମଦ ଭାଟି ଭିତରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରି ଦୁର୍ଗମ ଅଞ୍ଚଳର ବିଭିନ୍ନ ଗ୍ରାମକୁ ମଦ ଚାଲାଣ କାରବାର ଦୀର୍ଘ ଦିନରୁ ଚାଲିଥିଲା । ଆଉ ସେଇ ମଦ କୁ ଅସଲି କହି ବିକ୍ରି କରି ନିଜର ନକଲି ମଦ ସାମ୍ରାଜ୍ୟ ବିସ୍ତାର କରି ଆସୁଥିଲେ ମଦ ମାଫିଆ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଜିଲ୍ଲା ଅବକାରୀ ବିଭାଗ ର ଏକ ସ୍ୱତନ୍ତ୍ର ଟିମ ଅମଠାଗୁଡା ଦେଶୀ ମଦ ଭାଟିରେ ଚଢ଼ାଉ କରି ୯ ଲିଟର ନକଲି ବିଦେଶୀ ମଦ, ବିଆର ୬୦ ଲିଟର, ନକଲି ଦେଶୀ ମଦ ୧୦୦ ପ୍ୟାକେଟ, ୨୧୬ ଗୋଟି ଇଏଲ, ମଦ ପୋଚ ଜବତ କରିବା ସହ ମଦ ଭାଟି ମ୍ୟାନେଜର ଭଗବାନ ପ୍ରସାଦ ସାହୁକୁ ଗିରଫ କରି ଦଫା ୫୨(ଏ) ୫୫, ୫୬ଓଡିଶା ଅବକାରୀ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରିଥିବା ନେଇ କଳାହାଣ୍ଡି ଅତିରିକ୍ତ ଅବକାରୀ ଅଧିକ୍ଷକ ଲଳିତ ମୋହନ ମିଶ୍ର ସୂଚନା ଦେଇଛନ୍ତି । ଏହି ନକଲି ମଦ କେଉଁ କେଉଁ ମଦ ଦୋକାନ କୁ ଯୋଗାଣ ହେଉଥିଲା ଓ ଏହି ଭାଟି ମାଲିକ ଏହି ନକଲି ମଦ କାରବାର ରେ ସମ୍ପୃକ୍ତ ଅଛିକି ନାହିଁ ସେନେଇ ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ। ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଇନ୍ସପେକ୍କର ସୁଶାନ୍ତ ପ୍ରଧାନ, ସଦର ଇନ୍ସପେକ୍ଟର ତିଲକରାମ ନାୟକ, ଭାନୁଚନ୍ଦ୍ର ମାଝୀ, ଦୁଲେଶ୍ୱର ପ୍ରଧାନ, ସୀମାଞ୍ଚଳ ମାଝୀ, ପ୍ରଦ୍ୟୁମ୍ନ ନାୟକ, ମେଘନାଦ ବେହେରା, ବାଞ୍ଛାନିଧି ନାୟକ ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ