୩୦ ଭରି ସୁନା ସହ ୧ ଗିରଫ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା)ଗଜପତି ଜିଲା ପୋଲିସ ଦ୍ୱାରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସ୍.ପି ସାରା ଶର୍ମା ସୂଚନା ଦେଇ କହିଛନ୍ତି ଯେ, ଗତ ୨୧ତାରିଖ ଦିନ ରେଖନା ସାହି ସ୍ଥିତ ପ୍ରମୋଦ କୁମାର ପଣ୍ଡାଙ୍କ ବାସ ଗୃହରେ ଦିନ ସମୟରେ ୨ଗୋଟି ନେକ୍ଲେସ୍, ଗୋଟିଏ ମଙ୍ଗଳସୂତ୍ର, ୪ଗୋଟି ଚେନ୍, ଗୋଟିଏ କଳାମାଳି, ୧୦ଗୋଟି ଚୁଡି, ୧୬ କାନର ରିଙ୍ଗ, ୧୪ଗୋଟି ଆଙ୍ଗୁଡି ରିଙ୍ଗ ଏବଂ ୨ଗୋଟି ଲକେଟ, ଯାହାର ଅନୁମାନିକ ଓଜନ ୩୦ଭରି ସୁନା ସହ ଚୋରୀ କରିବା ପାଇଁ ବ୍ୟବହାର କରିଥିବା ଜିନିଷ ମଧ୍ୟରୁ ଗୋଟିଏ କର୍ଟର ମେସିନ୍, ସ୍କୃଡ୍ରାଇଭର, ପଲସର ମଟର ସାଇକଲ ସହ ଟାଟା ଇଣ୍ଡିଗୋ କାର ଚୋରୀ ଯାଇଥିଲା ତାହା ପୋଲିସ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତିଥିବା ଚିନ୍ମୟ ମିଶ୍ରକୁ ପୋଲିସ ଗିରଫ କରିଛି । ଚିନ୍ମୟ ମିଶ୍ର ଏହି ସୁନା ଚୋରୀ କରିବାପରେ ସେ ବ୍ରହ୍ମପୁର ଯିବାପାଇଁ ପାରଳାଖେମୁଣ୍ଡି ସ୍ଥିତ ଫାୟାର ଷ୍ଟେସନ ଛକ ଠାରେ ଗତକାଲି ରାତି ୧୨ଘଣ୍ଟା ସମୟରେ ଅପେକ୍ଷାରତ ଥିବାବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ତାକୁ କାବୁ କରିନେଇଥିଲେ । ତେବେ ତାଙ୍କ ଠାରୁ ପୋଲିସ ପଚରା ଉଚରା କରିବାପରେ ଶ୍ରୀ ପଣ୍ଡାଙ୍କ ଘରୁ ଚୋରୀ ଯାଇଥିବା ୩୦ଭରି ସୁନା ଉଦ୍ଧାର ହୋଇଥିବାବେଳେ ସେ ଉକ୍ତ ସୁନାକୁ ନେଇ ବ୍ରହ୍ମପୁରକୁ ଯାଉଥିବାର ସୂଚନା ମିଳିଛି । ଚୋରୀ ଯିବାର ଗୋଟିଏ ଦିନ ମଧ୍ୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ ଏପରି ଏକ ବଡ ସଫଳତା ମିଳିଥିବା ଜଣାପଡିଛି । ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ୧୬୦/୧୯ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଏହି ସଫଳତା ପାଇଁ ତଦନ୍ତକାରୀ ଅଧିକାରୀ ଏସ୍.ଆଇ. ଶରତ ଚନ୍ଦ୍ର ରାୟଙ୍କୁ ଏବଂ ଥାନାଅଧିକାରୀ ବିବେକାନନ୍ଦ ସ୍ୱାଇଁ ସମସ୍ତ ଶ୍ରେୟ ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଏସ.ଡି.ଓ ଠାକୁର ପ୍ରସାଦ ପାତ୍ର, ଥାନା କର୍ମଚାରୀ ଉପସ୍ଥିତ ଥିଲେ ।\n\n

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ