ଫେସ୍ ବୁକ୍ ଦ୍ୱାରା ଅଶ୍ଲୀଳ ଫୋଟ୍ ପଠାଇ ଜଣେ ଶିକ୍ଷକ ଗିରଫ
ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) ଫେସ୍ ବୁକ୍ରେ ଫେକ୍ ଏକାଉନ୍ଟ ଖୋଲି ଜଣେ ମହିଳାଙ୍କୁ ଅଶ୍ଲୀଳ ଫୋଟ୍ ପଠାଇଥିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣକୁ ଗିରଫ କରିଛି । ପାରଳା ଥାନା ପରିସରର ପୋଲୁରୁ ଗ୍ରାମର ଜି.ଶତିସ୍ (୨୭) ନାମକ ଜଣେ ବ୍ୟକ୍ତି ଜଣେ ମହିଳାକୁ ଫେସ୍ ବୁକ୍ ଦ୍ୱାରା ଅଶ୍ଲୀଳ ଫୋଟ୍ ପଠାଉଥିବା ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ୧୫୦/୧୯ ନଂରେ କେସ୍ ମକଦମା ରୁଜୁ କରି ତଦନ୍ତ ଜାରୀ ରଖିଥିଲେ । ତଦନ୍ତରେ ଜଣାଗଲା ଯେ, ସଂପୃକ୍ତ ଘଟଣାରେ ଜି. ଶତିସ୍ ଯେକି ଗଜପତି ଜିଲ୍ଲାର ପର୍ତ୍ତଡା ଗ୍ରାମର ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେ ଫେସ୍ ବୁକ୍ରେ ଏକ ଫେକ୍ ଏକାଉନ୍ଟ ଖୋଲି ଜଣେ ମହିଳା ଅଶ୍ଲୀଳ ଫୋଟ ପଠାଉଥିଲେ । ଆଜି ପୋଲିସ ପୂର୍ବରୁ ପ୍ରସ୍ତୁତ ରହି ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି ।


