୩୧ ଟି ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପିତ
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲାର ୫ଟି ଦ୍ବାରା ରୂପାନ୍ତରିତ ୩୧ଟି ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ବେଳେ ମହେନ୍ଦ୍ରଗଡ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ଥରୀୟ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା l ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ସଂଯୋଜନା ଓ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମେରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ପ୍ରମୁଖ ଯୋଗଦେଇଥିଲେ l ଲୋକାର୍ପିତ ହୋଇଥିବା ୩୧ଟି ବିଦ୍ୟାଳୟ ମଧ୍ୟରୁ ଗୋଷାଣୀ ବ୍ଲକର ୪ଟି, ପାରଳାଖେମଣ୍ଡିର ୨ଟି, କାଶୀନଗର ବ୍ଲକ ର ୪ଟି, ଗୁମ୍ମା ବ୍ଲକର ୨ଟି, ମୋହନା ବ୍ଲକ ର ୫ଟି, ନୂଆଗଡ ବ୍ଲକ ର ୫ଟି, ଆର. ଉଦୟଗିରି ବ୍ଳକ ର ୪ଟି ଓ ରାୟଗଡ଼ ବ୍ଲକ ର ୫ଟି ଉଚ୍ଚ ବିଦ୍ୟାଳୟ ରହିଛି l କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ l ପରେ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରେଶ୍ମା ବେଗମ ବିଦ୍ୟାଳୟ ରୂପାନ୍ତରିତ ଉପରେ କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ l କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷଧିକାରୀ ପ୍ରଦୋଷ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ ରଥ, ଆର. ଉଦୟଗିରି ବିଡ଼ିଓ ପ୍ରଦୀପ କୁମାର ନାୟକ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେl ସେଇ ପରି ମୋହନା ବ୍ଲକର ଚନ୍ଦ୍ରଗିରି ବିଦ୍ୟାଳୟର ନୂତନ କୋଠାକୁ ସ୍ଥାନୀୟ ସରପଞ୍ଚ ରଜନୀ ଭାଇ ରିବନ କାଟି ଥିଲେ ସେଇ ପରି ମୋହନାରେ ବିମଳା ବାଳିକା ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସରପଞ୍ଚ ରୀବନ୍ କାଟିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଯନ୍ତ୍ରୀ ସଂଗ୍ରାମ ବେହେରା, ପ୍ରଧାନ ଶିକ୍ଷକ ଈଶ୍ୱର ନାୟକ ଓ ଛାତ୍ର ଛାତ୍ରୀ ଅବିଭାବକ ଉପସ୍ଥିତ ଥିଲେ


