୩୩ ଦୋକାନ ଗୃହ ବ୍ୟବସାୟୀ ମାନଙ୍କୁ ବଣ୍ଟନ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡ଼ା ବ୍ଲକ କାର୍ଯ୍ୟାଳୟ ନିକଟରେ ଏବଂ ନୂଆ ବସଷ୍ଟାଣ୍ଡ ଠାରେ ନବ ନିର୍ମିତ ୩୩ ଟି ଦୋକାନ ଗୃହ କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବ୍ୟବସାୟୀ ମାନଙ୍କୁ ବଣ୍ଟନ କରିଛନ୍ତି। ବ୍ଲକ ଛକର ଭେଣ୍ଡି ଯୋନରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୨୧ ଟି ଦୋକାନ ଗୃହ ଏବଂ ନୂଆ ବସଷ୍ଟାଣ୍ଡ ଠାରେ ୧କୋଟି ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମାର୍କେଟ କମ୍ପେଲେକ୍ସ ର ୧୨ ଟି ଦୋକାନ ଘରକୁ ହିତାଧିକାରୀମାନଙ୍କୁ ବଣ୍ଟନ ହୋଇଛି । ନିମାପଡ଼ା ବଜାରର ଉଦବୃତ ବର୍ଷାଜଳ ନିଷ୍କାସନ ପାଇଁ ନିମାପଡ଼ା ଶାଖା କେନାଲର ପୂର୍ବପଟରୁ ଡ଼୍ରେନେଜ ଡ଼ିଭିଜନ ଆନୁକୂଲ୍ୟରେ ଜୟଗୁରୁ ଆଶ୍ରମ ଠାରୁ ଅମଲାପଡ଼ା ପର୍ଯ୍ୟନ୍ତ ୬୩୦ ମିଟର ଲମ୍ବର ଏକ ଡ଼୍ରେନ ପାଇଁ ୪ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏକ ଡ଼୍ରେନ ନିର୍ମାଣ ପାଇଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଡ଼୍ରେନର ନିର୍ମାଣ ଶେଷ ହେଲେ ନିମାପଡ଼ା ପୂର୍ବପଟରେ ଥିବା ୱାର୍ଡ ଏବଂ ସାହିରେ ଜମା ହେଉଥିବା ବର୍ଷାଜଳ ସମାସ୍ୟାର ସମାଧାନ ହୋଇପାରିବ । ଏଥିସହିତ ଶ୍ରୀମତୀ ପରିଡ଼ା ଅରିଷଣ୍ଢ ଏବଂ ଧୀରପୁର ଠାରେ ଥିବା ଉ.ପ୍ରା. ସ୍କୁଲର ‌ଶ୍ରେଣୀ ଗୃହ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମରେ ପୁରୀ ଡ଼୍ରେନେଜ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ , ଏନ.ଏ.ସି ଅଧ୍ୟକ୍ଷା ସସ୍ମିତା ସାହୁ, ବିଜୟ କୁମାର ଗ୍ରହଚାର୍ଯ୍ୟ ଓ କାଉନସିଲରମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ