୩୫ତମ ବାର୍ଷିକ ପାରାୟଣ ମହୋତ୍ସବ
ବାରିକପୁର, (ଓ୍ବାଇଏନ୍ଏସ୍):ଭଣ୍ଡାରିପୋଖରୀ ବ୍ଲକ ସରସଦା ଭାଗବତ ଟୁଙ୍ଗି ଠାରେ ୩୫ତମ ଭାଗବତ ପାରାୟଣ ଉତ୍ସବ ଆଜି ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଭାଗବତ ଟୁଙ୍ଗି ପୁଷ୍କରଣୀ ଠାରେ ଘଟ ଉତ୍ତୋଳନ ହୋଇସାରିବା ପରେ ବୈଦିକ ବିଧି ଅନୁଯାୟୀ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିବା ଜଣାଯାଇଛି । ପଣ୍ଡିତ ନିଗମାନନ୍ଦ ମିଶ୍ର, ରାମଚନ୍ଦ୍ର ପତି ବୈଦିକ ମନ୍ତ୍ରରେ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଥିବାବେଳେ ସଂଙ୍କଳ୍ପ କର୍ତ୍ତା ଭାବେ ଉମାକାନ୍ତ ପ୍ରଧାନ ଓ କୃତୀବାସ ଭଞ୍ଜ ଦାୟିତ୍ୱ ତୁଲାଇଛନ୍ତି । ଭାଗବତ ଟୁଙ୍ଗି ପରିଚାଳନା କମିଟି ଉପସଭାପତି ଉମାକାନ୍ତ ପାତ୍ରଙ୍କ ସମେତ ସମ୍ପାଦକ ନଟବର ରାଉଳ, ସଦସ୍ୟ ନିରଞ୍ଜନ ପ୍ରଧାନ, ରବିନ୍ଦ୍ର ଷେଣ୍ଢ, ଜୟନ୍ତ ଷେଣ୍ଢ, ରାଜକିଶୋର ସ୍ୱାଇଁ, ଭାଗିରଥି ସ୍ୱାଇଁ, ରବିନ୍ଦ୍ର ସ୍ୱାଇଁ ପ୍ରମୁଖ ପୂଜା ଉତ୍ସବକୁ ପରିଚାଳନା କରୁଛନ୍ତି । ପ୍ରତ୍ୟକ ଦିନ ସନ୍ଧ୍ୟାରେ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଯୋଗଦେବା ସହିତ ଓଡିଶାର କୋଣ ଅନୁକୋଣରୁ ଆସିଥିବା କଥାକାର ମାନଙ୍କ ଦ୍ୱାରା ପ୍ରବଚନ ଆରମ୍ଭ ହେବ ବୋଲି କମିଟି ଦ୍ୱାରା ଜଣାଯାଇଛି ।