ଜଗନ୍ନାଥ ମନ୍ଦିର ବାର୍ଷିକତ୍ସୋବ
ବାରିକପୁର, (ଓ୍ବାଇଏନ୍ଏସ୍):ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସରପଦା ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିରର ତୃତୀୟ ବାର୍ଷିକ ମହୋତ୍ସବ ବୈଦିକ ବିଧି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ପୁରୀ ମୁକ୍ତି ମଣ୍ଡପର ବ୍ରାହ୍ମଣ ପଣ୍ଡିତ ଶାନ୍ତି ସ୍ୱରୁପ ଦାସ, ଶିବନାରାୟଣ ମିଶ୍ର, ରିଙ୍କୁନାଥ ଷଡଙ୍ଗୀ ଏଥିରେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପୂଜକ ସୂର୍ଯ୍ୟମଣି ପଣ୍ଡା, ଅଜୟ କୁମାର ପଣ୍ଡା, ବାଦଲ କୁମାର ଦାସ ମହାପ୍ରଭୁଙ୍କ ପୂଜାର୍ଚ୍ଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ୨୦୧୯ମସିହାରେ ଅଗ୍ନିକାଣ୍ଡ ଘଟି ଦାରୁଦେବତାଙ୍କ ବିଗ୍ରହ ନଷ୍ଟ ହୋଇଥିଲା । ସେହି ବର୍ଷ ଠାରୁ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇଥିବାବେଳେ ଗ୍ରାମବାସୀଙ୍କ ଦ୍ୱାରା ବାର୍ଷିକ ଉତ୍ସବ ହୋଇଆସୁଛି । ଚଳିତବର୍ଷ ଅନୁଷ୍ଠିତ ପୂଜାଉତ୍ସବ ଓ ହୋମଯଜ୍ଞକୁ ଗ୍ରାମର ଅଭିମନ୍ୟୁ ରାଉତ, ପ୍ରବୀର ରାଉତ, କଳ୍ପତରୁ ଓଝା, ଉପେନ୍ଦ୍ର ସାହୁ, ଉଦକର ରାଉତ, ଉପେନ୍ଦ୍ର ବେହୁରିଆ ପ୍ରମୁଖ ପରିଚାଳନା କରିଥିଲେ ।


