୩୫ନଂ ଜୋନରେ ତ୍ରୀମୁଖୀ ପ୍ରତିଦ୍ୱନ୍ଦିତା

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକର ୪ଟି ଜିଲ୍ଲାପରିଷଦ ଜୋନ ମଧ୍ୟରୁ ୩୫ନଂ ଜିଲ୍ଲାପରିଷଦ ଜୋନଟି ସବୁବେଳେ ଗୁରୁତ୍ୱ ବହନ କରିଥାଏ । ଏହି ଜୋନରେ ହାଟଡିହି, ଢ଼େଙ୍କା, ଶାସଙ୍ଗ, ସଢ଼ା, ମରୈଗାଁ, ପନ୍ଦାଡୋ, ଜମ୍ଭୀରା ଆଦି ୭ଗୋଟି ପଞ୍ଚାୟତ ଥିବାବେଳେ ଏହାର ଭୋଟର ସଂଖ୍ୟା ୩୪୯୧୭ ଅଟେ । ଗତ ନିର୍ବାଚନରେ ଏହି ଜୋନରୁ ବିଜେଡି ପ୍ରାର୍ଥୀ ଜୟାପ୍ରଦା ସା ସେତେବେଳହ ସନାତନ ମହାକୁଡଙ୍କ ପ୍ରାର୍ଥୀଙ୍କୁ ୧୧ହଜାରରୁ ଉର୍ଦ୍ଧ ଭୋଟରେ ପରାସ୍ତକରି ବିଜୟ ହାସଲ କରିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ଏହି ଆସନଟି ଅନୁସୁଚିତ ଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ବିଜେଡିରୁ ସୁକାନ୍ତୀ ଜେନା, ବିଜେପିରୁ ତୃପ୍ତୀମୟୀ ଜେନା ଓ କଂଗ୍ରେସରୁ ସ୍ୱପ୍ନାରାଣୀ ଜେନା ପ୍ରାର୍ଥୀ ହୋଇଛନ୍ତି । ତିନିଜଣ ଯାକ ରାଜନିତୀରେ ନୁଆକରି ପାଦ ଥାପିଥିବାରୁ ସେମାନେ ସମସ୍ତଙ୍କ ପାଖରେ ଗ୍ରହଣୀୟ ହୋଇ ପାରୁଛନ୍ତି । କିନ୍ତୁ ଦଳୀୟ ଚିହ୍ନ ଭିତ୍ତିରେ ନିର୍ବାଚନ ହେଉ ଥିବାରୁ ଓ ଜୋନ ସ୍ତରୀ ଦଳୀୟ ନେତାମାନେ ସମସ୍ତେ ଅଣ୍ଟା ଭିଡି ଥିବାରୁ ଏଥର କଂଗ୍ରେସ, ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ହେବାର ଆଶା କରାଯାଉଛି । ଏହି ଜୋନରେ ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ପୁର୍ବତନ ବିଧାୟକ ମାୟାଧର ଜେନା ଓ ବିଜେପି ନେତା ଆଲୋକ ସେଠୀଙ୍କ ଘର ହୋଇଥିବାରୁ ସମସ୍ତଙ୍କ ପ୍ରଭାବ ରହିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଚଳିତ ନିର୍ବାଚନରେ ଏହି ଜୋନର ଅର୍ଦ୍ଧାଧିକ ପଞ୍ଚାୟତରେ ବିଜେଡିର ଦୁଇ ତିନୋଟି ଗୋଷ୍ଠୀ ହୋଇ ସରପଞ୍ଚ ଓ ସମିତିସଭ୍ୟ ପାଇଁ ଲଢ଼ୁଥିବାରୁ ଏହାର ଫାଇଦା ଉଠାଇବା ପାଇଁ କଂଗ୍ରେସ ଓ ବିଜେପି ଅଣ୍ଟା ଭିଡିଛନ୍ତି । କିନ୍ତୁ ଏହି ଗୋଷ୍ଠୀ କନ୍ଦଳରୁ କିଏ କେତେଦୂର ଫାଇଦା ପାଉଛି ତାହା ଆଗାମି ନିର୍ବାଚନରେ ଫଳାଫଳରୁ ଜଣାପଡିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ