ନିର୍ବାଚନ ମଇଦାନରେ ବିଇଡି ଛାତ୍ରୀ

ହାଟଡିହି, (ବିକାଶ ବିଶ୍ୱାଳ) :-ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଜଣେ ଉଚ୍ଚ ଶିକ୍ଷିତା ବିଇଡି ଛାତ୍ରୀ । ବିଇଡି ଶିକ୍ଷା ଶେଷ କରିବାପରେ ଚାକିରି ପଛରେ ନଦୌଡି ରାଜନୀତି ମଇଦାନକୁ ଆସି ସକ୍ରୀୟ ରାଜନୀତିରେ ଅଂଶ ଗ୍ରହଣ କରିବାକୁ ଅଣ୍ଟା ଭିଡିଛନ୍ତି ୨୨ବର୍ଷିୟା ଛାତ୍ରୀ ଅଙ୍କିତା ପଢ଼ିଆରୀ । ବାଙ୍ଗୋର ଗ୍ରାମର ବସନ୍ତ ପଢ଼ିଆରୀଙ୍କ ଝିଅ ଅଙ୍କିତା ପଢ଼ିଆରୀ ବିଏସସି ସମାପ୍ତ କରିବାପରେ ବିଇଡି ଶିକ୍ଷାଲାଭ କରୁଥିଲେ । ଏବେ ସେ ବାଙ୍ଗୋର ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତାଙ୍କ ବାପା ବିଜେଡି ଦଳର ସକ୍ରୀୟ କର୍ମୀଭାବେ କାର୍ଯ୍ୟକରୁଥିବାବେଳେ ସେ ଲୋକଙ୍କ ସେବା କରିବାପାଇଁ ରାଜନୀତିକୁ ଓହ୍ଲାଇ ସରପଞ୍ଚ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା କହିଛନ୍ତି । ସେ ଘରଘର ବୁଲି ପ୍ରଚାର କରିବାସହ ଲୋକଙ୍କଠାରୁ ଆଶିର୍ବାଦ ଭିକ୍ଷା କରୁଛନ୍ତି । ତାଙ୍କୁ ଯୁବବର୍ଗର ଭୋଟର ମାନେ ବେଶ ପସନ୍ଦ କରୁଥିବାବେଳେ ତାଙ୍କ ସହ ପ୍ରଚାରରେ ମାତିଛନ୍ତି । ସେ ନିର୍ବାଚିତ ହେଲେ ବାଙ୍ଗୋର ପଞ୍ଚାୟତରେ ଥିବା ବିଭିନ୍ନ ସମସ୍ୟା ଗୁଡିକୁ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ