୩୬ଟି ବସନ୍ତ ପାର ହେଲେ ବଲିଉଡର ଲଳନା
(ଯୁଗାବ୍ଦ ନ୍ୟୁଜ) ଆଜି ବଲିଉଡର ଅନ୍ୟତମ ଷ୍ଟାଇଲିଷ୍ଟ ଅଭିନେତ୍ରୀ ତଥା ଆଇଟମ ସଙ୍ଗରେ ବଡ ବଡ ଷ୍ଟଣ୍ଟ ଦେଖାଇ ଦର୍ଶକଙ୍କ ମନ ମୋହିଥିବା କ୍ୟାଟ୍ରିନା କେଫଙ୍କ ୩୬ତମ ଜନ୍ମଦିନ । ସାଙ୍ଗମାନଙ୍କ ସହ ମେକ୍ସିକୋରେ ନିଜର ୩୬ ଜନ୍ମଦିବସ ପାଳନ କରୁଥିବା ଜଣାପଡିଛି । କ୍ୟାଟ୍ରିନା ହଙ୍ଗକଙ୍ଗ ଠାରେ ୧୯୮୩ ମସିହା ଜୁଲାଇ ୧୬ରେ ଜନ୍ମଗ୍ରହଣ କରିଥିଲେ । କ୍ୟାଟ୍ରିନା କେବେ ସ୍କୁଲ ଯାଇନଥିଲେ , ସେ ଘରେ ନିଜ ମାଙ୍କ ଠାରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ୧୬ ବର୍ଷ ବୟସରେ ଲଣ୍ଡନଠାରେ ମଡେଲିଂ ଗ୍ରହଣ ଆରମ୍ଭ କରିଥିବାବେଳେ ଲଣ୍ଡନର ଏକ ଫ୍ୟାସନ ଶୋରେ ତାଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥିଲା, ସେଠାରେ ଫିଲ୍ମ ମେକର କୈ÷ଜାଦ ଗୁସ୍ତାଦ ପ୍ରଥମେ କ୍ୟାଟ୍ରିନାଙ୍କୁ ବୁମ ଫିଲ୍ମର ଅଫର ଦେଇଥିଲେ । କ୍ୟାଟ୍ରିନାଙ୍କୁ ପ୍ରଥମେ ମହାଶ ଭଟ୍ଟ ଫିଲ୍ମ ସାୟା ରୋଲ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ହିନ୍ଦି କହିପାରୁନଥିବାରୁ ତାଙ୍କୁ ଫିଲ୍ମଟି ହାତଛଡା କରିବାକୁ ପଡିଥିଲା । ୨୦୦୩ ମସିହାରେ ଫିଲ୍ମ ବୁମ ଦ୍ୱାରା ସେ ବଲିଉଡରେ ଏଣ୍ଟ୍ରି କରିଥିଲେ । ତାଙ୍କ ପୁରା ନାମ କ୍ୟାଟ୍ରିନା ଟୁରକୋଟ ଅଟେ । ତାଙ୍କୁ ଫିଲ୍ମ ବୁମର ନିର୍ଦ୍ଦେଶକ ଆୟଶା ସ୍ରଫ୍ କ୍ୟାଟ୍ରିନାଙ୍କ ନାମ ପରିବର୍ତ୍ତନ କରି କ୍ୟାଟ୍ରିନା ଟୁରକୋଟ ରୁ କ୍ୟାଟ୍ରିନା କେଫ କରିଥିଲେ । କ୍ୟାଟ୍ରିନା ହଙ୍ଗକଙ୍ଗ, ଚୀନ, ପୋଲାଣ୍ଡ, ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ, ବେଲଜିୟମ, ଜାପାନ ଏବଂ ଇୟୁରୋପ ମହାଦେଶର ବିଭିନ୍ନ ଦେଶ ଭ୍ରମଣ କରିସାରିଛନ୍ତି । ତାଙ୍କର ଅଭିନୀତ ଫିଲ୍ମ “ସିଙ୍ଗ ଇଜ କିଙ୍ଗ”, “ପାର୍ଟନର” , “ଏକ ଥା ଟାଇଗର” , “ଟାଇଗର ଜିନ୍ଦା ହୈ” , “ଭରତ”, “ଧୁମ-୩” ବକ୍ସ ଅଫିସରେ ଜୋରଦାର ହିଟ ହୋଇଛି । କ୍ୟାଟ୍ରିନା ଭଲ ଭାବରେ ହିନ୍ଦି କହିପାରୁନଥଲେ ସୁଦ୍ଧା ସେ ବଲିଉଡର ଜଣେ ଆଗ ଧାଡିର ନାୟିକା ଅଟନ୍ତି । ସେ ମାଲାୟଲାମ ଓ ତେଲୁଗୁ ଫିଲ୍ମ ମଧ୍ୟ କରିସାରିଛନ୍ତି । ସେ ଏଯାଏଁ ୨୫ଟି ଆୱାର୍ଡ ପାଇସାରିଛନ୍ତି । ସେ ଖିଲାଡି ଷ୍ଟାରଙ୍କ ସହ ସବୁଠାରୁ ଅଧିକ ଫିଲ୍ମରେ ନଜର ଆସିଛନ୍ତି ।


