୩୬ନଂ ଜୋନରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ୩୬ନଂ ଜୋନରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଞ୍ଚୁଗୋଛିଆରୁ ବାହାରିଥିବା ଏହି ପଦଯାତ୍ରା ଶିବନାରାୟଣପୁର ଦେଇ ବଞ୍ଚୋରେ ପହଞ୍ଚିଥିଲା । ଏହି ପଦଯାତ୍ରାରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ଶଶାଙ୍କ ଶେଖର ପୁହାଣ, ପୁର୍ବତନ ସାଂସଦ ପ୍ରତିନିଧି ରତିକାନ୍ତ ରାଉତ, ବଞ୍ଚୋ ସରପଞ୍ଚ ଚମ୍ପାବତୀ ପୁହାଣ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ, ଚିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଅକରୁଆ ସରପଞ୍ଚ କୌଶଲ୍ୟା ସେଠୀ, ପୁର୍ବତନ ବ୍ଲକ ବିଜେଡି ସଭାପତି ଅକ୍ଷୟ କୁମାର ବରାଳଙ୍କ ନେୃତ୍ୱରେ ହଜାର ହଜାର କର୍ମୀ ପଦଯାତ୍ରାରେ ସାମିଲ ହୋଇ ନବୀନ ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନା ଗୁଡିକ ସମ୍ପର୍କରେ ସଚେତନ କରାଇଥିଲେ । ପରେ ଦଧିବାବନଜୀୟୁ ମନ୍ଦିର ସମ୍ମୁଖ ପଡିଆରେ ଜିଲ୍ଲା ସଭାପତି ବିମ୍ବାଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏକ ବିଶାଳ ଜନସଭାରେ ବିଧାୟକ ଶ୍ରୀଯୁକ୍ତ ସେଠୀ ରାଜ୍ୟ ସରକାର ଲାଗୁ କରାଇଥିବା ୫ଟି ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ଜନସାଧାରଣ କିପରି ସବୁ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ସେନେଇ ଆଲୋକପାତ କରିଥିଲେ । ସାଂସଦ ଚନ୍ଦ୍ରଣୀ ମୁର୍ମୁୁ ସରକାରଙ୍କ ଜନହୀତକର ଯୋଜନା ଗୁଡିକର ସଫଳ ରୁପାୟନ ପାଇଁ ଲୋକମାନଙ୍କ ସହଯୋଗ ନିତ୍ୟାନ୍ତ ଜୁରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାସଭାପତି ବିମ୍ବାଧର ବିଶ୍ୱାଳ ନବୀନ ସରକାର ସବୁବେଳେ ଲୋକମାନଙ୍କ ପାଇଁ ଲୋକମାନଙ୍କର ବୋଲି ଅବିହୀତ କରିଥିଲେ । ଏଥିରେ ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ମାର୍କଣ୍ଡ ଚରଣ ଓଝା, ଅମରେନ୍ଦ୍ର ଧଳ, ପ୍ୟାରୀମୋହନ ମଲ୍ଲିକ, ରାମ ସତପଥି, ଧାନୁଆ ଓଝା, ବାବି ପଣ୍ଡା, ରବିନ୍ଦ୍ର ସାହୁ, ଚିନୁ ନାୟକ, ବୁଦ୍ଧଦେବ ଜେନା, କଳ୍ପତରୁ ସେଠୀ, ବିଶ୍ୱନାଥ ନାୟକ, ଗୋପାଳ ନାୟକ, ଧବଳେଶ୍ୱର ପଟ୍ଟନାୟକ, ସୁଧାକର ଓଝା, ବଳରାମ ସାହୁ, ପ୍ରୀୟ ରଞ୍ଜନ ଦାସ, କୁଳମଣି ରାଉତ, ଗୌରାଙ୍ଗ ରଣା, ବିଜୟ ମଲ୍ଲିକ, ତ୍ରିଲୋଚନ ସା, ବିନୟ ନାୟକ, ଅଜୟ ଲେଙ୍କା, ଜଗନ୍ନାଥ ନାୟକ, ଦୁସ୍ମନ୍ତ ମଲ୍ଲିକ, ଭୀମସେନ ପେରେଇ, ଅଭିମନ୍ୟୁ ସେଠୀ, ଅକରୁଆ ସମିତିସଭ୍ୟ ମନୋଜ ଜେନା, ପୁର୍ବତନ ସରପଞ୍ଚ ବିଶ୍ୱନାଥ ଖଟୁଆ, ସୁଧାଶୁଂ ଭୂଷଣ ମଲ୍ଲିକ, ବାବୁନା ପଟ୍ଟନାୟକଙ୍କ ସମେତ ଅକରୁଆ, ବଞ୍ଚୋ, ପଞ୍ଚୁଗୋଛିଆ, ସୁଲଣ, ଇଞ୍ଚୋଳ, ବଡରମ୍ପାସ, ଓରାଳି, ଅଁରା ପ୍ରଭୃତି ପଞ୍ଚାୟତର ୩ହଜାରରୁ ଉର୍ଦ୍ଧ କର୍ମୀ ସାମିଲ ହୋଇଥିଲେ । ପ୍ରତି ଗାଁ ମାନଙ୍କରେ ପ୍ରବେଶ କଲାକ୍ଷଣି ମହିଳାମାନେ ଫୁଲ ଚନ୍ଦନ ଦେଇ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଦତ୍ତାତ୍ରୟ ରାୟସର୍ଦ୍ଦାର, ଠୁସିଆ ବିଶ୍ୱାଳ, ଅଶାନ୍ତ ନାୟକ, ପ୍ରଦୀପ ରାଉତ, ସୁଧାଶୁଂ ରାଉତ, ପ୍ରଭାକର ଖଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ