୩୬ ହଜାର କିଲୋମିଟର ପାଦରେ ଚାଲି ବୃଦ୍ଧା ମା’ଙ୍କୁ କରାଇଲେ ତୀର୍ଥଯାତ୍ରା
(ଯୁଗାଦ୍ଦ ନ୍ୟୁଜ)ପୁରାଣରେ ଶ୍ରବଣ କୁମାର ଦୃଷ୍ଟିବାଧିତ ମାତାପିତାଙ୍କୁ ଭାରରେ ବୋହି ତୀର୍ଥଯାତ୍ରା କରାଇଥିବା ଉଲ୍ଲେଖ ରହିଛି । ସେହିପରି ମଧ୍ୟପ୍ରଦେଶ ଜବଲପୁରରେ ବାସ କରୁଥିବା କୈଳାସ ଗିରି ବ୍ରହ୍ମଚାରୀ ନାମକ ଜଣେ ଯୁବକ ନିଜ ଦୃଷ୍ଟିବାଧିତ ମା’ଙ୍କୁ ୩୬ ହଜାର କିଲୋମିଟର ପାଦରେ ଚାଲି ଚାଲି ଭାରରେ ବୋହି ତୀର୍ଥଯାତ୍ରା କରାଇଛନ୍ତି । କୈଳାସ ୨୦ ବର୍ଷ ତଳେ ନିଜର ଯାତ୍ରା ଆରମ୍ଭ କରିଥିଲେ । ସେତେବେଳେ ତାଙ୍କୁ ୨୫ରୁ ଅଧିକ ବର୍ଷ ହୋଇଥିଲା । ଏବେ ସେ ୪୫ରୁ ଅଧିକ ବର୍ଷ ବୟସ୍କ ହୋଇଛନ୍ତି । ସେ ମା’ଙ୍କୁ ନେଇ ତୀର୍ଥଯାତ୍ରା ସକାଳ ୬ଟାରୁ ଆରମ୍ଭ କରୁଥିଲେ । ଇତିମଧ୍ୟରେ କୈଳାସ ମା’ଙ୍କୁ ଦେଶର ସମସ୍ତ ତୀର୍ଥ ସ୍ଥାନ ବୁଲାଇ ସାରିଛନ୍ତି ।