ଚକୋଲେଟ୍ ଉପରେ ଥିବା ଧଳାଦାଗର ରହସ୍ୟ

(ଯୁଗାଦ୍ଦ ନ୍ୟୁଜ) , ପିଲା ହେଉ କି ବୃଦ୍ଧ ସମସ୍ତଙ୍କୁ ଚକୋଲେଟ ଖାଇବାକୁ ଭଲ ଲାଗିଥାଏ । ଅଧିକାଂଶ ଲୋକ ଚକୋଲେଟକୁ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରିଜ ରଖି ଏହାକୁ ଖାଇବାର ମଜା ନେଇଥାଆନ୍ତି । କିନ୍ତୁ ବେଳେବେଳେ ଚକୋଲେଟକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବା ଦ୍ୱାରା ସେଥିରେ ଧଳା ଧଳା ଦାଗ କିଛି ହୋଇଯାଇଥାଏ । ଆମେ ଭାବି ଥାଉ ଯେ, ଚକୋଲେଟ ଖରାପ ହୋଇଯାଇଛି ଓ ତା’କୁ ଫୋପାଡ଼ି ଦେଇଥାଉ । କିନ୍ତୁ ପ୍ରକୃତରେ ଚକୋଲେଟ ଖରାପ ହୋଇ ନ ଥାଏ । ଚକୋଲେଟ ଉପରେ ଧଳା ଦାଗ ହୋଇଥିଲେ ତାହା ଖରାପ ହୋଇ ନ ଥାଏ । ସେଥିରେ ଏକ ପ୍ରକାର ବ୍ଲୁମ ସୃଷ୍ଟି ହୋଇଥାଏ । ଏହି ବ୍ଲୁମ ୨ ପ୍ରକାରର ହୋଇଥାଏ । ଯଥା ଫ୍ୟାଟ ବ୍ଲୁମ ଓ ସୁଗାର ବ୍ଲୁମ ।
ସୁଗାର ବ୍ଲୁମ: ସୁଗାର ବ୍ଲୁମ ସେତେବେଳେ ହୋଇଥାଏ ଯେତେବେଳେ ତାହା ନରମ ଚକୋଲେଟ ସଂସ୍ପର୍ଶରେ ଆସିଥାଏ । ସୁଗାର ବ୍ଲୁମ ଚକୋଲେଟରେ ଚିନି ଅଂଶ ରହିଥାଏ । ଏହାକୁ ଅଧିକ ଦିନ ଧରି ଫ୍ରିଜରେ ରଖିବା ଦ୍ୱାରା ଚିନି ଅଂଶ ଚକୋଲେଟ ଉପରେ ଧଳା ଦାଗ ସୃଷ୍ଟି କରିଥାଏ ।
ଫ୍ୟାଟ ବ୍ଲୁମ:ଫ୍ୟାଟ ବ୍ଲୁମ ଚକୋଲେଟକୁ ଷ୍ଟୋର କରି ରଖିବା ଅନୁଚିତ । ଏହାକୁ ସାଇତି ରଖିବା ଦ୍ୱାରା ପାଣିପାଗର ପରିବର୍ତ୍ତନ ପାଇଁ ଚକୋଲେଟ ଉପର ଭାଗ ଧଳା ଦେଖାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ