୩୮ଲିଟର ମଦ ଜବଦ, ଦୁଇ ଗିରଫ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ଅବକାରୀ ଥାନା ପକ୍ଷରୁ ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ୩୮ଲିଟର ମଦ ଜବଦ କରାଯିବା ସହିତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୁଚନାରୁ ଜଣାଯାଇଛି ଯେ ଆଜି ସକାଳେ ହାଟଡିହି ଅବକାରୀ ଥାନା ପକ୍ଷରୁ ସୋସୋ ଥାନା ଅଧିନସ୍ଥ କୁଶଟିକିରି ଗ୍ରାମରେ ଚଢ଼ାଉ କରାଯାଇ ଜେମା ମଲ୍ଲିକଙ୍କ ଘରୁ ୧୮ଲିଟର ମଦ ଜବଦ କରିଥିଲେ । ସେହିପରି ସିଆଡିମାଳିଆ ଗ୍ରାମର କିଶୋର ସୋରେନଙ୍କ ନିକଟରୁ ୨୦ଲିଟର ମଦ ଜବଦ କରାଯିବା ସହିତ ସିଆଡିମାଳିଆ ଗ୍ରାମରେ ପ୍ରଚୁର ପରିମାଣର ପୋଚ ମଧ୍ୟ ନଷ୍ଟ କରିଥିଲେ । ଏହି ଘଟଣାରେ ଅବକାରୀ ବିଭାଗ ଜେମା ମଲ୍ଲିକ ଓ କିଶୋର ସୋରେନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇ ପ୍ରକାଶ କରିଛନ୍ତି ।