୩ ଟି ବାତ୍ୟା ଆଶ୍ରୟସ୍ଥଳୀ ରେ ମକ୍ ଡ୍ରିଲ ଅନୁଷ୍ଠିତ 

ନିମାପଡ଼ା, ( ସନ୍ତୋଷ ଦାଶ) :-ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ନିମାପଡା ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ୩ଟି ବାତ୍ୟା ଆଶ୍ରୟସ୍ଥଳୀ ଠାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା । ନିମାପଡା ବ୍ଲକ ଅନ୍ତର୍ଗତ ବଡମାଛପୁର, ବଉଳପଦା, ଗଡତୋରିହଁ ଗ୍ରାମ ର ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଏହି ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ସମୟ ରେ ଲୋକ ମାନେ କିପରି ବିପତ୍ତି କୁ ସମ୍ମୁଖିନ ହେବେ ସେ ଦିଗରେ ଆଗ୍ନିକ ମାନେ ଉପସ୍ଥିତ ଜନସାଧାରଣ, ମହିଳାଗୋଷ୍ଠୀ ସଭ୍ୟା, ଅତିଥି ମାନଙ୍କୁ ବିଭିନ୍ନ କୌଶଳ ଦେଖାଇ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନିମାପଡା ବିଡିଓ ବସନ୍ତ କୁମାର ମଲିକ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ବିଭିନ୍ନ ପଞ୍ଚାୟତ ର ଲୋକ ପ୍ରତିନିଧି, ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅଙ୍ଗନୱାଡ଼ି କର୍ମୀ, ସ୍ଵେଛାସେବୀ, ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଅଗ୍ନିଶମ ଅଧିକାରୀ ବ୍ରହ୍ମାନନ୍ଦ ମଲିକ ଙ୍କ ନେତୃତ୍ଵ ରେ ଆଗ୍ନିକ ମାନେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ