୩ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମନ୍ତ୍ରୀ

ବୁଗୁଡା/ପୋଲସରା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକର ଦୁଇ ଜଣ ଓ ପୋଲସରା ବ୍ଳକର ଜଣେ ବ୍ୟକ୍ତିଙ୍କ ଆକସ୍ମିକ ମୃତ୍ୟୁ ଖବର ଜାଣିବା ପରେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ। ବୁଗୁଡା ବ୍ଲକର ବାଲିପଦର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ସଭାପତି କେ.କୃଷ୍ଣମୂର୍ତ୍ତି ଆଚାରୀଙ୍କ ବିୟୋଗ ଖବର ଜାଣିବା ପରେ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାର ସଦସ୍ୟଙ୍କୁ ଡିସେମ୍ବର ୧୭ ତାରିଖ ଦିନ ଭେଟି ସନବେଦନା ଜଣାଇଥିଲେ। ସେହିପରି ବୁଗୁଡା ବ୍ଲକ ଅରଖପୁର ଗ୍ରାମର ୩୦ ବର୍ଷର ଯୁବକ ପପିନା ନାୟକଙ୍କ ଅକାଳ ମୃତ୍ୟୁ ଖବର ଜାଣିବା ପରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ବ୍ଲକ ଚନ୍ଦ୍ରମାଦେଇପୁର ଗ୍ରାମର ଅଶୋକ କୁମାର କରଙ୍କ ଆକସ୍ମିକ ମୃତ୍ୟୁ ଖବର ଜାଣିବା ପରେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଏହି ମହାନୁଭବ ଗୁଣ ପାଇଁ ଜନସାଧାରଣ ଧନ୍ୟ ଧନ୍ୟ କହୁଥିବା ଶୁଣିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ