୪ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ସାଇନାଥ ଆତ୍ମ ସହାୟିକା ଗୃପ

ପୋଲସରା, (ଅନିଲ କୁମାର ମହାରଣା) : କରୋନା ସଂକ୍ରମଣକ ପାଇଁ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ରେଡ଼ ଜୋନରେ ରହି ପ୍ରତିଦିନ ପଜିଟିଭ ସଂଖ୍ୟା ହୁ ହୁ ବଢି ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ସମସ୍ତେ ନିଜ ଜୀବନର ସୁରକ୍ଷାକୁ ନେଇ ଚିନ୍ତିତ। ଏହି ପରିସ୍ଥିତିରେ ପୋଲସରା ବିଧାୟକ, ଡାକ୍ତର, ନର୍ସ , ପୋଲିସ ଅଧିକାରୀ ଓ ପୋଲିସ ବାହିନୀ ଠାରୁ ଆରମ୍ଭ କରି ବ୍ଲକ, ତହସିଲ, ଏନଏସି ପ୍ରଭୃତି ବିଭାଗୀୟ ଅଧିକାରୀ ମାନେ ନିଜେ ନିଜର ଜୀବନକୁ ବାଜି ଲଗାଇ ନିସ୍ବାର୍ଥପର ଭାବେ ଲୋକଙ୍କ ସେବା କରି ଚାଲିଛନ୍ତି । ସେହି କରୋନା ଯୋଦ୍ଧାଙ୍କୁ ଗୁରୁବାର ଦିନ ପୋଲସରା ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣପଲ୍ଲୀ ଗ୍ରାମର ସାଇନାଥ ଆତ୍ମ ସହାୟିକା ଗୃପର ସଭାନେତ୍ରୀ ପ୍ରଭାସିନୀ ସାହୁଙ୍କ ନେତୃତ୍ୱରେ ଗ୍ରୁପର ସମସ୍ତ ମହିଳା ଏକତ୍ରିତ ହୋଇ ପୋଲସରା ବିଧାୟକ ସମେତ ୩ ଜଣ ପ୍ରଶାସନିକ ଅଧିକାରୀଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରିଛନ୍ତି । ଗଞ୍ଜାମରେ କରୋନା କାୟା ବିସ୍ତାର କରି ଚାଲିଥିବା ସମୟରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନିଜ ଜୀବନକୁ ଖାତିରି ନକରି ନିଜ ନିର୍ବାଚନ ମଣ୍ଡଳୀର ଉଭୟ ପୋଲସରା ଓ ବୁଗୁଡା ଅଞ୍ଚଳର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ କରି ଗଞ୍ଜାମ ଜିଲ୍ଲାରେ କରୋନା ଯୋଦ୍ଧା ପରି ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେହି ପରି ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ , ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଏହି କରୋନା ମହାମାରୀରେ ନିଜ କାର୍ଯ୍ୟ ଦକ୍ଷତା ପ୍ରତିପାଦିତ କରି ପୋଲସରା ସହରରେ କରୋନା ଭୂତାଣୁକୁ ପ୍ରତିରୋଧ କରିବା ପାଇଁ ଦିବା ରାତ୍ର ଏକ କରି କରୋନା ଯୋଦ୍ଧା ଭାବରେ ନୂତନ ପରିଚୟ ସୃଷ୍ଟି କରି ଅନ୍ୟ ଅଧିକାରୀ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ୪ ଜଣ କରୋନା ଯୋଦ୍ଧାଙ୍କୁ ସାଇନାଥ ଆତ୍ମ ସହାୟିକା ଗୃପ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ଏହି ଗୃପ ହାତୀଓଟ ସ୍ଥିତ ବିଧାୟକଙ୍କ ବାସଭବନରେ ପହଞ୍ଚି ଶ୍ରୀକାନ୍ତ ସାହୁଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନୀତ କରିଥିଲେ। ଏହାପରେ ଉକ୍ତ ମହିଳା ଗୃପ ପୋଲସରା ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚି ପ୍ରଶାସନିକ ଅଧିକାରୀ ବିଡ଼ିଓ ଶମ୍ଭୁନାଥ ନନ୍ଦୀ , ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ପୋଲସରା ଥାନା ଆଇଆଇସୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କୁ ସଙ୍ଗଠନର ସଭାନେତ୍ରୀ ପ୍ରଭାସିନୀ ସାହୁ ପୁଷ୍ପ ଗୁଛ ଓ ଉପଢୌକନ ପ୍ରଦାନ ସହ ମାନପତ୍ର ଦେଇ କରୋନା ଯୋଦ୍ଧା ଭାବେ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ଗୃପର ସମ୍ପାଦିକା ରାଜ ନନ୍ଦନୀ ସାହୁ , ଝୁନୁଲତା ସାହୁ , ସଞ୍ଜୁଲତା ମହାରଣା , ଭାରତୀ ସାହୁ , ରଜନୀ ମହାପାତ୍ର , ପୂର୍ଣ୍ଣବାସୀ ପ୍ରଧାନ ,ଅହଲ୍ୟା ସାହୁ, ରୀତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ