୪ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀନୀ ବିଜୟଲକ୍ଷ୍ମୀ ଆଗରେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳର ୪ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀନୀ ବିଜୟଲକ୍ଷ୍ମୀ ଜେନା ପ୍ରଚାରରେ ବହୁ ଆଗରେ ଥିବା ଦେଖାଯାଇଛି । ତାଙ୍କ ବିପକ୍ଷରେ ବିଜେଡିର ପୂର୍ବତନ କାଉନସିଲର ଦେବେନ୍ଦ୍ର ରାଉତ ଓରଫ ବାବୁନି ବହୁ ପଛରେ ଥିବା ଦେଖିବାକୁ ମିଳିଛି । ବାବୁନି ବିଜେଡିର ଜଣେ ପୂର୍ବତନ କାଉନସିଲର ଥିଲେ । ବାବୁନିଙ୍କ ବିରୋଧରେ ବହୁ ଅଭିଯୋଗ ଥିବା ହେତୁ ତାଙ୍କୁ ଦଳିୟ ଟିକେଟ ମିଳିନଥିଲା । ତେଣୁ ବାବୁନିଙ୍କ ପତ୍ନୀ ଅସନ୍ତୁଷ୍ଟ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନ୍ୟ ପକ୍ଷରେ ବିଜୟଲକ୍ଷ୍ମୀ ଜଣେ ସରଳ, ମେଳାପି, ସମାଜସେବୀ ଭାବେ ଏହି ୱାର୍ଡରେ ତାଙ୍କର ବେଶ ଲୋକପ୍ରିୟତା ରହିଛିି । ତେଣୁ ବିଜୟଲକ୍ଷ୍ମୀଙ୍କୁ ଦଳୀୟ ପ୍ରାର୍ଥୀ କରାନଯିବାରୁ ବାବୁନି କ୍ଷୁବ୍ଧ ହୋଇ ଦଳୀୟ ପ୍ରାର୍ଥୀନୀଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କୁ ଛିଡା କରାଇଛନ୍ତି । ବାବୁନି କାଉନସିଲର ଥାଇ ଏହି ଫ୍ୱାର୍ଡରେ ସେଭଳି କିଛି ଆଖର ଦୃଶିଆ କାର୍ଯ୍ୟ କରିନଥିବାରୁ ଦଳିୟ କର୍ମୀମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ତେଣୁ ୱାର୍ଡବାସୀ ତାଙ୍କୁ ସହଜେ ଗ୍ରହଣ କରିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ବିଜୟଲକ୍ଷ୍ମୀଙ୍କ ପରିବାର ବହୁ ବର୍ଷ ହେଲା ରାଜନୀତିରେ ସଂପୃକ୍ତ ଥିବାରୁ ତାଙ୍କ ପତିଆରା ଏହି ୱାର୍ଡରେ ବେଶ ଅଧିକ ରହିଥିବା ଦେଖିବାକୁ ମିଳିଛି ।


