୪୧ବର୍ଷରେ ପହଞ୍ଚିଲା ବଡରମ୍ପାସ ଦୁର୍ଗାପୂଜା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ବଡରମ୍ପାସରେ ଚାଲିଥିବା ଦୁର୍ଗାପୂଜା ୪୧ବର୍ଷରେ ପହଞ୍ଚିଛି । ଏଥିପାଇଁ ପୁରା ଗ୍ରାମରେ ପୂଜାର ମାହୋଲ ସୃଷ୍ଟି ହୋଇଛି । ଗତକାଲି ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ମାଙ୍କ ପୂଜା ମଣ୍ଡପରେ ସ୍ଥାପନ କରାଯାଇ ସମସ୍ତ ରୀତିନୀତି ମତେ ମାଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି । ଏଥିପାଇଁ ମା ଙ୍କ ପୀଠରେ ଗତଶୁକ୍ରବାର ଦିନ ବିଲ୍ୱାଧିବାସ, କରାଯିବାପରେ ଗତକାଲି ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ମାଙ୍କ ନିକଟରେ କଳଶ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଆଜିି ମହାଷ୍ଟମୀ, ଚଣ୍ଡୀପାଠ, ବଳିଛେଦ, ଆଦି କରା ଯାଇଥିବାବେଳେ ଆସନ୍ତା କାଲି ମହାନବମୀ, ୧୦୮ ଦୁର୍ଗା ଚାଳିଶା, ସୂର୍ଯ୍ୟପୂଜା, ୮ତାରିଖ ଦିନ ଦଶହରା, ରାବଣପୋଡି, ଓ ୯ତାରିଖ ଦିନ ବିଷର୍ଜନ ଓ ଭଷାଣି କରାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରତିଦିନ ଭଜନ ସାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣର ବ୍ୟବସ୍ଥା କରାଯାଇଛି । କର୍ତ୍ତା ଭାବେ ଶୁଶ୍ରୀ ସାହୁ, ଭାବଗ୍ରାହୀ ସାହୁ, ଗୀତାଞ୍ଜଳୀ ସାହୁ, ବିଜୟ ସାହୁ, ଅଜୟ ସାହୁ, ସଞ୍ଜୟ ସାହୁ, ରାଜୀବ ସାହୁ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦାନ କରୁଥିବାବେଳେ ପଣ୍ଡିତ ରବିନ୍ଦ୍ର ପଣ୍ଡା, ଚଗଲା ପଣ୍ଡା ମାଙ୍କ ପୂଜାର୍ଚ୍ଚନା କରୁଛନ୍ତି । ସମସ୍ତ ଗ୍ରାମବାସୀମାନେ ଏହି ପୂଜାରେ ସାମିଲ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ