୪୧ ନଂ ଜୋନ : ସମିତା ସ୍ୱାଇଁ ୬୪୦୦ ଅଧିକ ଭୋଟରେ ବିଜୟୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକର ୪୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜୁ ଜନତା ଦଳ ପ୍ରାର୍ଥୀନୀ ସମିତା ସ୍ୱାଇଁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀନୀଙ୍କ ଠାରୁ ୬୪୦୦ ଅଧିକ ଭୋଟପାଇ ବିଜୟୀ ହୋଇଥିବା ବୁଗୁଡା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ତନ୍ମୟ ପାତ୍ର ଘୋଷଣା କରିଛନ୍ତି । ବିଜେଡି ପ୍ରାର୍ଥୀନୀ ସମିତା ସ୍ୱାଇଁ ୧୩୨୯୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀନୀ ସସ୍ମିତା ପାତ୍ର ୬୮୯୩ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀନୀ ପୁଷ୍ପଲତା ପାତ୍ର ୭୫୫ ଖଣ୍ଡ ଭୋଟ ପାଇଛନ୍ତି । ୯୭୨ ଖଣ୍ଡ ଭୋଟ ନାକଚ ହୋଇଥିବା ଜଣାପଡିଛି । ୪୧ ନମ୍ୱର ଜୋନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ସମିତା ସ୍ୱାଇଁ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁଙ୍କ ସହଧର୍ମଣି ଅଟନ୍ତି । ଶ୍ରୀମତୀ ସ୍ୱାଇଁ ଅରଖପୁର ଗ୍ରାମର ବୋହୁ ଭାବେ ନିର୍ବାଚିନ ମଇଦାନକୁ ପ୍ରଥମ ଥର ପାଇଁ ଓହ୍ଲାଇ ୬୪୦୦ ଅଧିକ ଭୋଟ ପାଇଁ ବିଜୟୀ ହୋଇଛନ୍ତି । ତାଙ୍କୁ ନିର୍ବାଚିତ କରିଥିବା ଯୋଗୁଁ ୪୧ ନମ୍ବର ଜୋନର ସାତ ଗୋଟି ପଞ୍ଚାୟତର ଭୋଟର ମାନଙ୍କୁ ଶ୍ରୀମତୀ ସ୍ୱାଇଁ କୃତଜ୍ଞତା ଜଣାଇଛନ୍ତି । ଏଥିସହ ନିଜର ବିଜୟର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଦେଇଛନ୍ତି । ସାଂସଦ ପ୍ରମିଳା ବିଷୋୟୀଙ୍କୁ ମଧ୍ୟ ବିଜୟର ଶ୍ରେୟ ପ୍ରଦାନ କରିଛନ୍ତି । ନିଜ ଅଞ୍ଚଳର ଜନସାଧାରଣଙ୍କ ମଙ୍ଗଳ ପାଇଁ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିବି ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ