୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ରଚିଲା ଭାରତୀୟ ହକି ଟିମ୍
ଟୋକିଓ : ଅଲିମ୍ପିକ୍ସ ହକିରେ ୪୧ ବର୍ଷ ପରେ ବ୍ରୋଞ୍ଚ ପଦକ ଜିତି ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିିତିଚି ଭାରତ । କଡ଼ା ମୁକାବିଲା ତଥା ମ୍ୟାଚ୍ ରୋମାାଞ୍ଚ ଭରା ଥିଲା । ଆଟାକିଂ ଖେଲିଥିଲା ଟିମ୍ ଇଣ୍ଡିଆ । ଏହିି ବିିଜୟ ସହ ଭାରତ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି । ଶେଷ ଥର ୧୯୯୦ ମସ୍କୋ ଅଲମ୍ପିକରେ ଭାରତ ହକିରେ ଗୋଲ୍ଡ ମେଡାଲ ଆଣିଥିଲା । ତାପରଠୁ ଟିମ୍ ଇଣ୍ଡିଆ ପ୍ରଦର୍ଶନରେ ଅବନତି ଦେଖିବାକୁ ମିଳିଥିଲା । ଆଜି ବ୍ରୋଞ୍ଜ ପଦକ ପାଇଁ ଲଢେଇରେ ଜର୍ମାନୀ ସହ କଡ଼ା ମୁକାବିଲା କରିଥିଲା ଭାରତ । ପ୍ରଥମ କ୍ୱାର୍ଟରରେ ଗୋଲେ ଦେଇଥିଲା ଜର୍ମାନୀ ୧-୦ରେ ଆଗୁଆ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ସିମରନଜିତ ସିଂହ ପ୍ରଥମ ଗୋଲ ଦେଇ ମ୍ୟାଚକୁ ୧-୧ରେ ବରାବର କରିଥିଲେ । ହାଫ୍ ଟାଇମ୍ ସୁଦ୍ଧା ଉଭୟ ଦଳ ତିନି ତିନିଟି ଗୋଲ କରିଥିଲେ । ଏହାପରେ ଆଟାକିଂ ଖେଳି ଭାରତ ଆଉ ଦୁଇଟି ଗୋଲ ଦେଇଥିଲା । ୩୧ ମିନିଟରେ ରୁପିନ୍ଦର ପାଲ ସିଂହ ଅନ୍ୟ ଏକ ଗୋଲ କରିଥିଲେ । ଶେଷ ତଥା ପଞ୍ଚମ ଗୋଲ କରିଥିଲେ ହରମନପ୍ରୀତ ସିଂହ । ଶେଷ କ୍ୱାର୍ଟରରେ ଜର୍ମାନୀ ବି ଆଟାକିଂ ଖେଳିଥିଲେ ମଧ୍ୟ ହାର ମାନି ନଥିଲା । ଜର୍ମାନୀ ୪୮ ମିନିଟରେ ଚତୁର୍ଥ ଗୋଲଟି ପେନାଲଟି କର୍ଣ୍ଣରରୁ ଗୋଲ କରିଥିଲା । ମାଚର ଶେଷ ମୁହୂର୍ତ୍ତରେ ଭାରତ ୫-୪ରେ ଆଗୁଆ ରହି ବ୍ରୋଞ୍ଚ ପଦକ ବିଜୟୀ ହୋଇଥିଲା ।