୪୨ବୋତଲ ଦେଶୀମଦ ଜବତ ଜଣେ ଗିରଫ
କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ପୋଲିସ ଏକ ବାଇକରେ ଯାଉଥିବା ଚୋରାମଦ ବେପାରୀ ଠାରୁ ୪୨ବୋତଲ ଚୋରାଦେଶୀମଦ ଓ ବାଇକ ଜବତ କରିବା ସହିତ ଚୋରାମଦବେପାରୀକୁ ଗିରଫ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଡେରାବିଶି ଥାନା ଅନ୍ତର୍ଗତ ମନ୍ତ୍ରୀପଡା ଗ୍ରାମର ପ୍ରହଲ୍ଲାଦ ନାୟକଙ୍କ ପୁଅ ହିମାଂଶୁ ନାୟକ(୩୪) ଓଆର – ୨୯-୪୮୩୯ନମ୍ବର ବିଶିଷ୍ଟ ଏକ ବାଇକ ପଛରେ ବନ୍ଧା ହୋଇଥିବା ଏକ କଳାରଙ୍ଗର ବ୍ୟାଗରେ (୨୦୦ମି.ଲି.ବିଶିଷ୍ଟ) ୪୨ଟି ବୋତଲରେ ଥିବା ଆସ୍କାଫର୍ଟି ଚୋରା ଦେଶୀମଦ ନେଇ ଯାଉଥିବା ସମୟରେ ଅଳାବାଙ୍କ ଛକ ନିକଟରେ ସଦର ଥାନା ପୋଲିସ ହାତରେ ଧରାପଡିଥିଲା । ସଦର ଥାନା ପୋଲିସ ଚୋରାମଦ ବେପାରୀକୁ ଗିରଫ କରିବା ସହ ତା ନିକଟରୁ ୪୨ବୋତଲ ଦେଶୀ ଚୋରାମଦ ଓ ବାଇକ ଜବତ କରି ଥାନାରେ ୨୮୩/୨୦୧୯ରେ ଓଡିଶା ଅବକାରୀ ଆଇନର ଧାରା ୫୨(କ)ରେ ମାମଲା ରୁଜୁକରିଥିବା ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ ସୂଚନା ଦେଇଛନ୍ତି ।