୪୨ ନମ୍ବର ଜୋନରେ ବିଧାୟକଙ୍କ ମାରାଥନ ପ୍ରଚାର

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ୪୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ଦୁଇଟି ଗ୍ରାମ ପଞ୍ଚାୟତର ୧୦ ଖଣ୍ଡ ଗ୍ରାମରେ ମଙ୍ଗଳବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ନିର୍ବାଚନ ପ୍ରଚାର କରିଥିଲେ । ୪୨ ନମ୍ବର ଜିଲ୍ଲା ପରିଷଦ ଜୋନ ପୂର୍ବରୁ ସର୍ବଦା ବିଜେଡି ଅକ୍ତିଆରରେ ରହିଥିବା ବେଳେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନରେ ମଧ୍ୟ ଗଡ଼ ବଜାୟ ରଖିବାକୁ ଦୃଢ଼ ଆଶାବାଦୀ ଥିବା ଜଣାପଡିଛି। ବିଧାୟକ ଶ୍ରୀ ସାହୁ ୪୨ ନମ୍ୱର ଜୋନ ଅନ୍ତର୍ଗତ ମୋଟାବାଡ଼ି ପଞ୍ଚାୟତର ଡାକରାବାଡ଼ି, ଝାଟିକାପଲ୍ଲୀ, ମୋଟାବାଡ଼ି, ନାଗିରୀ, ଠଣାପଲ୍ଲୀ ଓ ବାଲିସାହି ମୋଟ ଛଅ ଗୋଟି ଗ୍ରାମରେ ନିର୍ବାଚନ ପ୍ରଚାର କରିଥିବା ବେଳେ ଶଙ୍କୁରୁ ପଞ୍ଚାୟତର ଚିଲିଖାମା, ଶଙ୍କୁରୁ, କାନକୁଟୁରୁ ଓ ଘୋଳପୁର ମୋଟ ଚାରି ଗୋଟି ଗ୍ରାମାରେ ନିର୍ବାଚନ ପ୍ରଚାର କରିଥିଲେ । ବିଭିନ୍ନ ଗ୍ରାମରେ ପଥପ୍ରାନ୍ତ ସଭାରେ ବିଧାୟକ ଶ୍ରୀ ସାହୁ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଗଙ୍ଗାପାଣି ଜେନାଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ । ଏଥିସହ ମୋଟାବାଡ଼ି ଓ ଶଙ୍କୁରୁ ପଞ୍ଚାୟତର ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରି ବିକାଶ ଧାରାକୁ ଆଗେଇ ନେବାକୁ ଅନୁରୋଧ କଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ