ଗଛରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ଥାନା ଅନ୍ତର୍ଗତ ନିମିନା ଗ୍ରାମର ଜଣେ ଯୁବକ ମୃତ୍ୟୁ ଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲସରା ପୋଲିସ । ନିମିନା ଓ ବିଲେଇଝୁରି ରାସ୍ତା କଡରେ ଏକ ଆକାସିଆ ଗଛରେ ଦଉଡି ଲଗାଇ ନିମିନା ଗ୍ରାମର ସରୋଜ ସାହୁ(୩୬) ଆତ୍ମହତ୍ୟା କରିଥିବା ଖବର ପାଇ ଘଟଣା ସ୍ଥଳରେ ପୋଲସରା ପୋଲିସ ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ସଦଳ ବଳେ ପହଞ୍ଚି ଗଛରେ ରସି ଦ୍ୱାରା ଝୁଲୁଥିବା ସରୋଜଙ୍କ ମରଶରୀରକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛନ୍ତି । ଶବ ବ୍ୟବଛେଦ ନିମନ୍ତେ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ