୪୨ ବସରେ ତିଆରି ସୁଡଙ୍ଗ

କାନାଡାରେ ରହୁଥିବା ବ୍ରୁସ୍ ବ୍ରିଚ୍ ନାମକ ଜଣେ ବ୍ୟକ୍ତି ୧୯୮୦ ମସିହାରୁ ୪୨ ଟି ବସ୍ ପୋତିବା କାମ ଆରମ୍ଭ କରିଥିଲେ । ଏହାକୁ ସେ ୮.୫ ଲକ୍ଷ ଟଙ୍କାରେ କିଣିଥିଲେ । ସେତେବେଳେ ପଡୋଶୀ ଲୋକମାନେ ତାଙ୍କର ଏପରି କାମରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ଏହାର କାରଣ ଜାଣିବା ପରେ ସେମାନେ ତାଙ୍କର ଖୁବ୍ ପ୍ରଶଂସା କଲେ । ମାଟିତଳେ ପୋତାଯାଇଥିବା ବସ୍ଗୁଡିକୁ ମିଶାଇ ବ୍ରୁସ୍ ଏକ ସୁଡଙ୍ଗ ପ୍ରସ୍ତୁତ କରିଥିଲେ । ଏହି ସୁଡ଼ଙ୍ଗ ପରମାଣୁ ଆକ୍ରମଣକୁ ସହ୍ୟ କରିବାରେ ସକ୍ଷମ । ଏହି କାମରେ ତାଙ୍କର ୮୨ ବର୍ଷୀୟା ପତ୍ନୀ ମଧ୍ୟ ସହଯୋଗ କରିଥିଲେ । ବ୍ରୁସ୍ଙ୍କର ଏଭଳି ସୁଡ଼ଙ୍ଗ ତିଆରି କରିବାର ଉଦ୍ଦେଶ୍ୟ ଥିଲା ଯେ ବର୍ତ୍ତମାନ ଯେଉଁଭଳି ଦେଶ ଦେଶ ମଧ୍ୟରେ ତିକ୍ତିତା ଲାଗି ରହିଛି ଏହା ଆଗାମୀ ଦିନରେ ଯୁଦ୍ଧର ରୂପ ନେବ ନିଶ୍ଚୟ । ସେତେବେଳେ ପରମାଣୁ ଆକ୍ରମଣରୁ ବଞ୍ôଚବା ପାଇଁ ଏହି ସୁଡ଼ଙ୍ଗ ଲୋକଙ୍କୁ ସୁରକ୍ଷିତ କରିବ । ଏହି ସୁଡ଼ଙ୍ଗରେ ରହିବା ପାଇଁ ବିଭିନ୍ନ ପ୍ରକାର ସୁବିଧା ରହିଛି । ସୁଡ଼ଙ୍ଗ ଭିତରେ ଏକା ସାଙ୍ଗରେ ୩୫୦ ଲୋକ ଆରାମରେ ରହିପାରିବେ । ସେମାନଙ୍କର ଖାଇବାପିଇବା ବ୍ୟବସ୍ଥା ମଧ୍ୟ ତାହା ଭିତରେ ହୋଇପାରିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ