୪୨ ମୌଜାରେ ସ୍ଵାଧୀନତା ସଂଗ୍ରାମୀ ଇଂ.ଗୁଣନିଧି ମହାନ୍ତିଙ୍କୁ ଶ୍ରଦ୍ଧାଂଜଳି ଓ ସ୍ମୃତି ଚାରଣ

କଟକ, (ଯୁଗାଦ୍ଧ ନ୍ୟୁଜ୍):କର୍ମବୀର,ସ୍ଵାଧୀନତା ସଂଗ୍ରାମୀ ଗୁଣନିଧି ମହାନ୍ତିଙ୍କ ୬୩ ତମ ମହାପ୍ରୟାଣ ଦିବସରେ ଇଂ.ଗୁନାନିଧି ମହାନ୍ତି ସ୍ମୃତି କମିଟି ୪୨ ମୌଜା ତରଫରୁ ତାଙ୍କ ଜନ୍ମ ସ୍ଥାନ ଦେଉଳି ଠାରେ ଭୀମ ଭୋଇ କମ୍ୟୁନିଟି ସେଣ୍ଟରେ ପାଳିତ ହୋଇଯାଇଛି । କମିଟି ଅବାହକ ନାଟ୍ୟକାର ନାଟ୍ୟକାର ସନ୍ତୋଷ ପତିଙ୍କ ଆବାହନ କ୍ରମେ ଅନୁଷ୍ଟିତ ସଭାରେ ଶରତ ରାୟ ସଭାପତିତ୍ବ କରିଥିବା ସହ ସଭାରେ ଅଞ୍ଚଳର ବହୁ ମାନ୍ୟଗନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଏହି ଅବସରରେ କମିଟିର ଆବାହକ ସନ୍ତୋଷ ପତି ଗୁନତିଥି ମହାନ୍ତିଙ୍କ ତ୍ୟାଗପୂତ ଜୀବନ,ଦେଶସେବା,ସ୍ୱଦେଶୀ ଆନ୍ଦୋଳନ,ଭୂଦାନ ଆନ୍ଦୋଳନ ଯୋଗଦାନ ସହ ନିଜର ସର୍ବସ୍ବ ଦେଶ ପାଇଁ ଦାନ କରିବା ଉପରେ ଆଲୋକପାତ କରିଥିଲେ । ବିଗତ ଦିନରେ ମାନ୍ୟବର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା ଓ ମାନ୍ୟବର ସାଂସଦ ମାଧ୍ୟମରେ ଦଳଗତ ନିର୍ବିଶେଷରେ ସମସ୍ତ ସରପଞ୍ଚ,ସମିତି ସଭ୍ୟ ସମ୍ମିଳିତ ଦସ୍ତଖତ ଜରିଆରେ ରାଜ୍ୟ ସଂସ୍କୃତି ବିଭାଗକୁ ଦାବି ଉପସ୍ଥାପନ କରାଯାଇଥିଲା । ଗୁନତିଥି ମହାନ୍ତିଙ୍କ ଗ୍ରାମକୁ ସ୍ଵାଧୀନତା ସଂଗ୍ରାମୀ ଆନ୍ଦୋଳନ ଆଦର୍ଶ ଗ୍ରାମ ଘୋଷଣା ସହିତ ତାଙ୍କ ଜନ୍ମ ସ୍ଥାନରେ ସ୍ମୃତିସ୍ତମ୍ୱ ନିର୍ମାଣ ନିମନ୍ତେ ନିବେଦନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ